ଦିଲୀପ ରାୟଙ୍କୁ ଆଶ୍ବସ୍ତି : ୩ ବର୍ଷର ଜେଲଦଣ୍ଡ ଉପରେ ରୋକ୍ ଲଗାଇଲେ ଦିଲ୍ଲୀ ହାଇକୋର୍ଟ

ଭୁବନେଶ୍ବର : ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଆଜି ଏକ ବଡ଼ ଆଶ୍ବସ୍ତି ମିଳିଛି ।  ଦିଲ୍ଲୀ ହାଇକୋର୍ଟ ତାଙ୍କ ୩ ବର୍ଷର ଜେଲ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ।

୧୯୯୯ର କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଗତକାଲି ଦିଲୀପଙ୍କୁ ୩ ବର୍ଷ ଜେଲଦଣ୍ଡ ଓ ୧୦ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରିଥିଲେ ।  ଅଦାଲତ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଅନ୍ୟ ଦୁଇ ପୂର୍ବତନ ସରକାରୀ ଅଧିକାରଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଓ ୧୦ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରିଥିଲେ ।

ଦଣ୍ଡାଦେଶର କିଛି ସମୟରେ  ଦିଲୀପଙ୍କୁ ଜାମିନ ମଧ୍ୟ ମିଳିଥିଲା । ତେବେ ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ଦିଲୀପ ରାୟ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ।

ସୂଚନାଯୋଗ୍ୟ, ୧୯୯୯ ମସିହାରେ ଝାଡଖଣ୍ଡର ଗିରିଡିହସ୍ଥିତ ବ୍ରହ୍ମାଡିଆ କୋଇଲା ଖଣି ଆବଣ୍ଟନରେ ହୋଇଥିବା ଅନିମିୟତତା ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଗତ ଅକ୍ଟୋବର ୬ ତାରିଖରେ ଦିଲୀପ ରାୟ, କୋଇଲା ମନ୍ତ୍ରାଳୟର ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ୍ ଟେକନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ଆଇପିସିର ଦଫା ୧୨୦(ଖ), ୪୨୦ ଓ ୪୦୯ ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରିଥିଲେ।

ସମ୍ବନ୍ଧିତ ଖବର