କୋଭିଡ୍‌ ଡ୍ୟୁଟି‌ରୁ ଆୟୁଷ ଡାକ୍ତରଙ୍କୁ ରିଲିଭ୍ ନିର୍ଦେଶ, ନିଜ କାର୍ଯ୍ୟସ୍ଥଳୀକୁ ଫେରିବେ ୫୫୭ ଆୟୁଷ ଡାକ୍ତର

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ହୋଇଥିବା ଆୟୁଷ ଡାକ୍ତର/ପିଜି/ଇଣ୍ଟର୍ଣ୍ଣ/ଅଧ୍ୟାପକମାନଙ୍କୁ ରିଲିଭ୍ କରିବା ଲାଗି ରାଜ୍ୟ ସରକାର ସବୁ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ନିର୍ଦେଶ ଦେଇଛନ୍ତି। ଅଧିକାଂଶ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଥିବାରୁ ଏହାକୁ ନଜରରେ ରଖି ସେମାନଙ୍କୁ ରିଲିଭ୍ କରିବା ଲାଗି କୁହାଯାଇଛି। ରାଜ୍ୟରେ କୋଭିଡ୍‌ ସଂକ୍ରମଣକୁ ନଜରରେ ରଖି ୫୫୭ଜଣ ଆୟୁର୍ବେଦିକ/ହୋମିଓପ୍ୟାଥିକ/ପିଜି/ଇଣ୍ଟର୍ଣ୍ଣଙ୍କୁ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ କରାଯାଇଥିଲା। ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇବା ଓ ଆୟୁଷ ଡିସପେନସାରି ଗୁଡ଼ିକରେ ଡାକ୍ତରଙ୍କ ଅନୁପସ୍ଥିତ କାରଣରୁ ଆୟୁଷ ଔଷଧ ଓ ଇମ୍ୟୁନିଟି ବୁଷ୍ଟର ପଡ଼ି ରହିଛି। ଯାହାଫଳରେ ଗ୍ରାମାଞ୍ଚଳରେ ଲୋକମାନେ ଆୟୁଷ ଚିକିତ୍ସା ପାଇପାରୁ ନାହାନ୍ତି। ଏହାସହ ମହାବଦ୍ୟିାଳୟ ଗୁଡ଼ିକରେ ପାଠପଢ଼ାକୁ ମଧ୍ୟ ବ୍ୟବସ୍ଥିତ ହେବା ଜରୁରୀ ହୋଇପଡ଼ିଛି। ଏହାକୁ ନଜରରେ ରଖି କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ହୋଇଥିବା ଡାକ୍ତରଙ୍କୁ ରିଲିଭ୍ କରିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର