ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶ ଘଟଣା : କେନ୍ଦ୍ରର ତନାଘନା, ଓଡ଼ିଶା ପୁଲିସ ତତ୍ପର

ନିଜାମୁଦ୍ଦିନରୁ ଫେରିଥିବା ବ୍ୟକ୍ତିଙ୍କୁ ଠାବ କର, କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟମାନଙ୍କୁ ନିର୍ଦେଶ

ଭୁବନେଶ୍ବର : ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶ ଘଟଣା ଓ ସେଥିରେ କରୋନା ଆକ୍ରାନ୍ତଙ୍କ ସାମିଲ ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ସମଗ୍ର ରାଜ୍ୟରେ ଆତଙ୍କ ଖେଳିଯାଇଛି। ଗୋଟିଏ ପଟେ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଏହି ସଭାରେ ଯୋଗଦେଇଥିବା ଓଡ଼ିଆଙ୍କୁ ପୁଲିସ ଖୋଜିବା ଆରମ୍ଭ କରିଛି। ପ୍ରାୟ ସବୁ ଜିଲ୍ଲାରେ ଏ ପ୍ରସଙ୍ଗରେ ପୁଲିସ ତନାଘନା ଚଳାଇଛି।

ସେପଟେ କେନ୍ଦ୍ର ସରକାର ଆଜି ଏହି ପ୍ରସଙ୍ଗକୁ ନେଇ ଚିନ୍ତାବ୍ୟକ୍ତ କରିବା ସହିତ ରାଜ୍ୟକୁ ସତର୍କ ରହିବାକୁ ତାଗିଦ୍ କରିଛନ୍ତି। ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବ ଏକ ଭିଡିଓ କନଫରେନ୍ସିଂରେ ରାଜ୍ୟ ସରକାରଙ୍କ ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର ଓ ପୁଲିସ ମହାନିର୍ଦେଶକ ପ୍ରମୁଖ ବରିଷ୍ଠ ପଦାଧିକାରୀଙ୍କ ସହିତ ଏ ପ୍ରସଙ୍ଗରେ ଦୀର୍ଘ ଆେଲାଚନା କରିଛନ୍ତି।

କ୍ୟାବିନେଟ୍ ସଚିବ କହିଥିଲେ ଯେ ଯୁଦ୍ଧକାଳୀନ ଭିତ୍ତିରେ ଏହି ସଭାରେ ଯୋଗଦେଇଥିବା ବ୍ୟକ୍ତିବିଶେଷଙ୍କୁ ଖୋଜି ସେମାନଙ୍କୁ ତୁରନ୍ତ କ୍ବାରାଣ୍ଟିନ୍ ବା ସଙ୍ଗରୋଧରେ ରଖିବାର ବ୍ୟବସ୍ଥା କରାଯିବା ଦରକାର। ଏକଥା ଜଣାପଡିଛି ଯେ ଏହି ତବଲିଗରେ ଯୋଗଦେଇଥିବା କିଛି ବିଦେଶୀ ଭିସା ନିୟମକୁ ଉଲ୍ଲଂଘନ କରିଛନ୍ତି। ଏ ସଂପର୍କରେ କଡ଼ା ଯାଞ୍ଚ କରିବା ସହିତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିର୍ଦେଶ ଆସିଛି। କେବଳ ସେତିିକି ନୁହେଁ, ଆୟୋଜନକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ଲାଗି କେନ୍ଦ୍ର ସରକାର ନିର୍ଦେଶ ଦେବାକୁ ଭୁଲିନାହାନ୍ତି।

ଗତ ୨୦ତାରିଖରେ ଧାର୍ମିକ ସମ୍ମିଳନୀରେ ୧୫ ଓଡିଆ ସାମିଲ ହୋଇ ଓଡିଶା ଫେରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଏବେ କେଉଁ କେଉଁମାନେ ଏହି ସମାବେଶରେ ଯୋଗ ଦେଇ ଓଡିଶା ଫେରିଛନ୍ତି ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ପୋଲିସ ଖୋଜୁଛି। କେନ୍ଦ୍ର କ୍ୟାବିନେଟ୍ ସଚିବଲକ୍ ଡାଉନ୍ ସମୟରେ ଆନ୍ତଃରାଜ୍ୟ ମାଲ ପରିବହନରେ ଯେମିତି କିଛି ବି ସମସ୍ୟା ସୃଷ୍ଟି ନ ହୁଏ, ସେ େନଇ ଦୃଷ୍ଟି ଦେବା ଲାଗି ପରାମର୍ଶ ଦେଇଛନ୍ତି। ସେ କହିଥିଲେ, ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନରେ ମଧ୍ୟ ଯେମିତି କୌଣସି ବାଧା ସୃଷ୍ଟି ନ ହୁଏ, ସେ ପ୍ରତି ରାଜ୍ୟ ସରକାର ସଜାଗ ରହିବା ଦରକାର।

ଏହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କରୋନା ମୁକାବିଲା ନେଇ କେନ୍ଦ୍ର ଆଗରେ ଦାବି ରଖାଯାଇଥିଲା। କରୋନା ନମୁନା ପରୀକ୍ଷା ପାଇଁ ଅଧିକ କିଟ୍ ଯୋଗାଇ ଦେବାକୁ ଦାବି କରିଥିଲେ ମୁଖ୍ୟ ଶାସନ ସଚିବ। ଅଧିକ ପରିମାଣରେ ମେଡିକାଲ ଉପକରଣ ଯୋଗାଇ ଦେବାକୁ ମଧ୍ୟ ଦାବି ହୋଇଥିଲା। ରାଜ୍ୟ ବାହାରେ ଥିବା ଶ୍ରମିକଙ୍କୁ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ମୁଖ୍ୟସଚିବ ଅନୁରୋଧ କରିଥିବା ସୂଚନା ମିଳିଛି।

ଏହି ଆଲୋଚନାରେ ଅନ୍ୟ ପ୍ରସଙ୍ଗ ମଧ୍ୟରେ କେନ୍ଦ୍ର ସରକାର ଲକ୍ ଡାଉନ୍ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ପୁଣି ଜୋର ଦେଇଥିଲେ ଓ ପ୍ରବାସୀ ଶ୍ରମିକଙ୍କ ଖାଇବା ଓ ରହିବା ସଂପର୍କରେ ମଧ୍ୟ କଥା ଉଠିଥିଲା।

ସମ୍ବନ୍ଧିତ ଖବର