ବାରିପଦା ଟାଉନ : ବାରିପଦା ମଧୁବନ ଅଂଚଳର ଜନୈକ ଧର୍ମପରାୟଣ ମହିଳାଙ୍କ ପରୋଲୋକ ଘଟିଯାଇଥିବାର ଜଣାଯାଇଛି । ମହିଳା ଜଣକ ହେଲେ ବନଦେବୀ ବରଜ (୭୮) ବର୍ଷ । ସେ ଜଣେ ମିଷ୍ଠ ଭାଷୀ ପରୋପକାରୀ ମହିଳା ଭାବରେ ସ୍ଥାନୀୟ ଅଂଚଳରେ ବେଶ ପରିଚିତ ଥିଲେ । ତେବେ କିଛିଦିନ ଧରି ତାଙ୍କର ଶରୀର ଅସୁସ୍ଥ ରହିଥିବା ବେଳେ ଗତ ୨୮ ତାରିଖ ବିଳମ୍ବିତ ରାତିରେ ତାଙ୍କର ପରୋଲୋକ ଘଟିଯାଇଛି ।
ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ଲୋକ ତାଙ୍କର ଶେଷ ଦର୍ଶନ ପାଇଁ ଆସି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ମୃତ୍ୟୁଶର୍ଯ୍ୟା ନିକଟରେ ତାଙ୍କର ସୁପୁତ୍ର ସନ୍ତୋଷ ବରଜ ଓ ସରୋଜ ବରଜ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/PAROLOK-PHOTO.jpg)