ରେମଡେସିଭିର ଓ ଫାଭିପିରାଭିର ଔଷଧର ଅବଧି ବଢ଼ିଲା

ଭୁବନେଶ୍ବର : କୋଭିଡ୍‌ ରୋଗୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଥିବା ରେମଡେସିଭିର୍‌ ଇଞ୍ଜେକସନ୍‌ ଓ ଫଭାପିରାଭିର୍‌ ବଟିକାର ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। କରୋନାର ସୁପରିଚାଳନା ପାଇଁ ରାଜ୍ୟ ଔଷଧ ନିଗମ ଏହାକୁ କିଣିଥିଲା। ମାତ୍ର ଡିଜିସିଆଇଙ୍କ ପକ୍ଷରୁ ଏହାର ଅବଧି ବୃଦ୍ଧି କରାଯାଇଥିବାରୁ ରାଜ୍ୟ ସରକାର ମଧ୍ୟ ଏହାର ଅନୁକରଣରେ ଅବଧିକୁ ବଢ଼ାଇ ଦେଇଛନ୍ତି। ରେମଡେସିଭିର ଇଞ୍ଜେକସନ୍‌(୧୦୦ ଏମ୍‌ଜି)ର ଗତ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଅବଧି ଥିବା ବେଳେ ଏହାକୁ ଆସନ୍ତା ୬ମାସ ଅର୍ଥାତ୍ ଅଗଷ୍ଟ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଅହମ୍ମବାବାଦସ୍ଥିତ କାଡିଲା ହେଲ୍‌ଥକେୟାର, ସିପ୍‌ଲା ଓ ମିଲାନ ଲାବରୋଟାରି ରାଜ୍ୟକୁ ରେମଡେସିଭିର ଯୋଗାଉଥିଲା। ସେହିପରି ଫାଭିପିରାଭିର(୨୦୦ ଏମ୍‌ଜି)ର ଅବଧି ମାର୍ଚ୍ଚ ସୁଦ୍ଧା ଶେଷ ହୋଇଥିବା ବେଳେ ଏହାକୁ ଆହୁରି ୩ ମାସ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର