ଭୁବନେଶ୍ବର : ସ୍ବଚ୍ଛ, ଅବାଧ ଓ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ପରିଚାଳନା କରିବା ପାଇଁ ବିଭିନ୍ନ କଟକଣା ଜାରି କରାଯାଇଛି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ସର୍ବସାଧାରଣ ସ୍ଥାନରେ ଲାଗିଥିବା ୫୧ ଲକ୍ଷ ୧୩ ହଜାର ୮୭୦ଟି ଏବଂ ଘରୋଇ ମାଲିକାନାରେ ଥିବା ସ୍ଥାନରେ ବେଆଇନ ଭାବେ ଲାଗିଥିବା ୩ ଲକ୍ଷ ୮୯ ହଜାର ୭୯୮ଟି ହୋର୍ଡିଂ ଓ ପୋଷ୍ଟର ଆଦିକୁ ହଟାଗଲାଣି।

Advertisment

ଆଜି ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) କାର୍ଯ୍ୟାଳୟ ସୂଚନା ଦେଇଛି। ସେହିପରି ଆଜି ସୁଦ୍ଧା ରାଜ୍ୟରେ ୧୪,୨୧୯ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ କରାଯାଇଛି। ଆଇପିସି ଧାରା ୧୦୭/୧୧୬ ଅନୁଯାୟୀ ୬୪,୧୫୭ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ବିଭିନ୍ନ ଜିଲ୍ଲା ପ୍ରଶାସନ ନିକଟରେ ଜମା ହୋଇଛି ପ୍ରାୟ ୫୪୯୫ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ। ତେବେ ଲାଇସେନ୍ସ ନଥିବା ୨୪୯ଟି ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହୋଇଛି ୧୪୬୩.୫୮୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ। ଉଭୟ ଅବକାରୀ ବିଭାଗ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ୧୫୬୪୫୬.୯୨୩ ବଲ୍‌କ ଲିଟର ମଦ ଜବତ କରିଛନ୍ତିି। ଏସବୁ ମଦର ଆନୁମାନିକ ମୂଲ୍ୟ ୪ କୋଟି ୯ ଲକ୍ଷ ୨୬ ହଜାର ୮୩୪ ଟଙ୍କା।