ଦୁର୍ଘଟଣାର ଶିକାର ହୋଇ ରାସ୍ତାକଡ଼ରେ ପଡ଼ିଥିଲେ ଫାର୍ମାସିଷ୍ଟ୍, ନିଜ ଗାଡ଼ିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କଲେ ବିଧାୟକ

ବାଲେଶ୍ୱର: ଜାତୀୟ ରାଜପଥର ସୋର କୁପାରୀ ଛକରେ ଶନିବାର ସକାଳେ ଏକ ବାଇକ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇ ସେଠି ପଡ଼ିଥିଲେ। ଯୁବକଙ୍କ କାନ ଓ ନାକରୁ ରକ୍ତସ୍ରାବ ହେଉଥିଲା। ଏହି ସମୟରେ ସେହି ବାଟଦେଇ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ନିଜ ବ୍ୟକ୍ତିଗତ କାମରେ ଯାଉଥିଲେ। ଆହତ ଯୁବକଙ୍କୁ ଦେଖି ତୁରନ୍ତ ସେହିଠାରେ ଗାଡ଼ି ରଖିଥିଲେ।

image source-scbmch.nic.in

ଏହାପରେ ଆହତ ଯୁବକଙ୍କ ଅବସ୍ଥା ଦେଖି ବିଧାୟକ ଶ୍ରୀ ପରିଡ଼ା ନିଜ ଗାଡ଼ିରେ ଯୁବକ ଜଣକଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣୁଥିଲେ। ମାତ୍ର ଯୁବକଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ବିଧାୟକ ପୁଣି ନିଜ ଗାଡ଼ିରେ କଟକ ବଡ଼ ଡ଼ାକ୍ତରଖାନା ନେଇ ଆଇସିୟୁରେ ଭର୍ତ୍ତି କରାଇଥିବା ଜଣାପଡ଼ିଛି।

ଉକ୍ତ ଯୁବକଙ୍କ ଯୁବକଜଣକ ଖଇରା ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ବେଲସରପୁର ଶାସନର କୃର୍ଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ପୁଅ କ୍ଷୀତିଶ୍ କୁମାର ଆଚାର୍ଯ୍ୟ ଏବଂ ସେ ଜଣେ ଫାର୍ମାସିଷ୍ଟ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର