ବାଲେଶ୍ବର : ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଅଞ୍ଚଳରେ ୨୦୧୬ ମସିହା ଏପ୍ରିଲ ୨୪ ତାରିଖଷର ଘଟିଥିବା ବହୁଚର୍ଚ୍ଚିତ ୮ ବର୍ଷର ନାବାଳିକା ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ମୁନା ଦାସ(ସାହାଣୀ-୧୯)ଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଏହି ମାମଲାର ବିଚାରକରି ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ବତନ୍ତ୍ର ଜଜ୍ ଅଜନ୍ତା ଷଡ଼ଙ୍ଗୀ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ସୁଆଁ(ଇରମ)ଗାଁର ମୁନାଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା, ଜରିମାନା ଅନାଦାୟେ ଅଧିକ ୩ ମାସ ସଶ୍ରମ କରାଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ୨୦୧୬ ଏପ୍ରିଲ ୨୫ ତାରିଖ ସକାଳେ ରେମୁଣା ଥାନା ଅଞ୍ଚଳର ସୁମତି ବେହେରା(୮-ଛଦ୍ମନାମଙ୍କୁ ଦୁଷ୍କର୍ମପରେ ହତ୍ୟାକରି ସୋନ ନଦୀପଠାରେ ଫିଙ୍ଗି ଦିଆଯାଇଥିବା ନେଇ ତାଙ୍କ ଦାଦା ଥାନାରେ ଲଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ରେମୁଣା ଥାନା କେସ୍ ନଂ ୬୦/୧୬ରେ ଆଇପିସିର ଦଫା ୩୦୨,୨୦୧,୩୭୬(୨)(ଆଇ) ଓ ପୋକ୍ସୋ ଆଇନର ଧାରା ୬ରେ ମକଦ୍ଦମା ରୁଜୁକରି ଘଟଣାର ତଦନ୍ତ କରିଥିଲା ପୁଲିସ। ଏହି ତଦନ୍ତରେ ପୁଲିସ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ସୁଆଁ(ଇରମ)ଗାଁର ମୁନାଙ୍କୁ ଗିରଫ କରିଥିଲା। ମୁନା ସେତେବେଳେ ବାଲେଶ୍ବର ଜିଲ୍ଲାର ରେମୁଣା ଥାନା ଅନ୍ତର୍ଗତ ହାତିଆଗଣ୍ଡରେ ରହୁଥିଲେ।
ଏହି ମାମଲା ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ବତନ୍ତ୍ର ଜଜ୍ଙ୍କ କୋର୍ଟ ସ୍ବତନ୍ତ୍ର କେସ୍ ନଂ ୧୧୩/୨୦୧୬ରେ ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଓ ୨୬ଟି ଦଲିଲର ତର୍ଜମାକରି ଜଜ୍ ଶ୍ରୀମତୀ ଷଡ଼ଙ୍ଗୀ ଅଭିଯୁକ୍ତ ମୁନାଙ୍କୁ ପୋକ୍ସୋ ଆଇନର ଧାରା ୬ରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦାୟେ ହେଲେ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବେ।
୩ ବର୍ଷ ମଧ୍ୟରେ ଏଭଳି ବହୁ ଚର୍ଚ୍ଚିତ ଲୋମହର୍ଷଣକାରୀ ଘଟଣାର ବିଚାର କରାଯାଇଥିବାରୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/jail-2.jpg)