ମହିଳାଙ୍କୁ ପୁଲିସ ମାଡ଼ ଭିଡିଓ ଭାଇରାଲ ଘଟଣା : ରେଙ୍ଗାଲି ଥାନା ଏଏସଆଇ ନିଲମ୍ବିତ

ସମ୍ବଲପୁର : ରେଙ୍ଗାଲି ଥାନା ଏଏସଆଇ ଦ୍ରୋଣାଚାର୍ଯ୍ୟ ସାହୁଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଏସପି ସଞ୍ଜିବ ଆରୋରା। ରେଙ୍ଗାଲିର ସୁରୁ ମାଝି ନାମକ ଜଣେ ମହିଳାଙ୍କୁ ଏଏସଆଇ ଚାପୁଡ଼ା ମାରିବା ସହିତ ହାତ ମୋଡ଼ିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶିତ ହୋଇଥିଲା। ଏହାକୁ ଆଧାର କରି ତଦନ୍ତ ପାଇଁ ଅତିରିକ୍ତ ଏସପି ପ୍ରଦୀପ ମହାପାତ୍ରଙ୍କୁ ଦାୟିତ୍ବ ଦିଆଯାଇଥିଲା। ଅତିରିକ୍ତ ଏସପିଙ୍କ ପ୍ରାଥମିକ ରିପୋର୍ଟ ଆଧାରରେ ଏଏସଆଇ ଶ୍ରୀ ସାହୁଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା ନେଇ ସୁରୁ ମାଝି କହିଛନ୍ତି, ଗଣେଶ ପୂଜା ବିସର୍ଜନ ଦିନ ରାସ୍ତାରେ ନାଚୁଥିଲେ। ତାଙ୍କୁ ଘରେ ଛାଡ଼ିଦେବା ବାହାନାରେ ପୁଲିସ ଥାନାକୁ ନେଇ ଆସିଥିଲେ। ଏହି ସମୟରେ ତାଙ୍କୁ ବାରମ୍ବାର ଚାପୁଡ଼ା ମାରିଥିବା ସେ କହିଛନ୍ତି। ବିସର୍ଜନ ଦିନ ସୁରୁ ନିଶାଗ୍ରସ୍ତ ଥିଲେ। ଏଥିଯୋଗୁଁ ପୁଲିସ ତାଙ୍କୁ ଥାନାକୁ ନେଇଥିବା ଅତିରିକ୍ତ ଏସପି କହିଛନ୍ତି। ଏହି ମାମଲାର ତଦନ୍ତ ଜାରି ରହିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର