ପୁରୀ: ଏଏସ୍ଆଇ ପୁଣିଥରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ କରିଛି। ଶ୍ରୀମନ୍ଦିର ବଡ଼ଦିନ ଓ ନୂଆବର୍ଷ ଭିଡ଼ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିଠିକ୍ରମେ ଗତ ଡିସେମ୍ବର ୨୫ରୁ ଜାନୁଆରି ୨ ପର୍ଯ୍ୟନ୍ତ ଏଏସ୍ଆଇ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରଖିଥିଲା। ଆଜି ରତ୍ନଭଣ୍ଡାର ମରାମତି କାମ ବିଳମ୍ବରେ ଆରମ୍ଭ ହୋଇଛି। ଦ୍ବିତୀୟ ଭୋଗମଣ୍ଡପ ଶେଷ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜିଲ୍ଲା ଟ୍ରେଜେରିରୁ ରତ୍ନଭଣ୍ଡାର ଚାବି ଅଣାଯାଇ ରତ୍ନଭଣ୍ଡାରକୁ ଖୋଲାଯାଇଥିଲା ସନ୍ଧ୍ୟା ୬ଟାରେ ମରାମତି କାମ ବନ୍ଦ ହୋଇଥିଲା ଓ ପୂର୍ବଭଳି ରତ୍ନଭଣ୍ଡାରକୁ ତାଲା ପକାଯାଇଥିଲା। ଆଜି ରତ୍ନଭଣ୍ଡାର କାନ୍ଥ ସଫା ପରେ ପୂର୍ବକାଳରେ ଲାଗିଥିବା ଲୁହା ଫୁଲି କାନ୍ଥକୁ ଫଟାଇ ଦେଇଥିବା ଏଏସ୍ଆଇ ଦଳ ଦେଖିବାକୁ ପାଇଛନ୍ତି।
ଲୁହା ଫୁଲି ଫାଟିଯାଇଛି କାନ୍ଥ
ଚାଲିଛି ଚୂନ ଛଡ଼ା, ପଥର କଟା
ଯେହେତୁ ଚୂନ ଭିତରେ ଏହି ଲୁହା ସବୁ ଦିଆଯାଇଥିଲା, ତାହା ପଲସ୍ତରାକୁ ଫଟାଇବା ସହ ଏହା ଉପରେ ଲାଗିଥିବା ପଥରକୁ ବି ଫଟାଇ ଦେଇଛି। ଫଳରେ କାନ୍ଥର ଅନେକ ଜାଗାରେ ପଥର ସବୁ ଫାଟି ଯାଇଥିବା ଦେଖିବାକୁ ମିଳିଛି। କାନ୍ଥରୁ ଚୂନ ଛଡ଼ା ଓ ସଫା ପରେ ଫାଟ ବି ସ୍ପଷ୍ଟ ଦୃଶ୍ୟମାନ ହୋଇଛି। ସେହି ଅନୁସାରେ ଏଏସ୍ଆଇ ଫାଟ ଜାଗାରୁ ପଥର କାଟି ବାହାର କରିବା ଆରମ୍ଭ କରିଛି। ଏହି ଜାଗାରେ ନରଣଗଡ଼ରୁ ଆସି ମାଳତୀପାଟପୁର ଷ୍ଟକ୍ୟାର୍ଡରେ ରଖାଯାଇଥିବା ଖୋଣ୍ଡଲାଇଟ୍ ପଥର ସବୁ ଲଗାଯିବ। ଆସନ୍ତାକାଲି ପୁନର୍ବାର ଦ୍ବିତୀୟ ଭୋଗମଣ୍ଡପ ପରେ ମରାମତି କାମ ଆରମ୍ଭ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2023/11/ratna-bhandara-20323.jpg)