୮ ବିଧାନସଭାର ୧୨ ବୁଥରେ ସାନି ମତଦାନ ପାଇଁ ସୁପାରିସ

ଭୁବନେଶ୍ବର : ତୃତୀୟ ପର୍ଯ୍ୟାୟରେ ତ୍ରୁଟିପୂର୍ଣ୍ଣ ଭାବେ ଭିଭିପାଟ ମେସିନ ସଂଯୋଗ, ଇଭିଏମ ମେସିନ ଭଙ୍ଗା ଘଟଣା, ପୋଲିଂ ପରେ ଷ୍ଟ୍ରଙ୍ଗ୍ ରୁମରେ ଇଭିଏମ୍ କଣ୍ଟ୍ରୋଲ ୟୁନିଟ୍ ଭୁଲ ସ୍ଥାନରେ ରଖିବା ଘଟଣାରେ ୮ଟି ବିଧାନସଭାର ୧୨ଟି ବୁଥରେ ସାନି ମତଦାନ କରିବାକୁ ଭାରତ ନିର୍ବାଚନ କମିସନଙ୍କୁ ସାନି ମତଦାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରସ୍ତାବ ଦେଇଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ବଡ଼ମ୍ବା ବିଧାନସଭା ନିର୍ବାଚନମଣ୍ଡଳୀର ଝଜିଆ ୟୁଜିଏମଇ ସ୍କୁଲରେ ପ୍ରତିଷ୍ଠା ହେଇଥିବା ପୋଲିଂ ବୁଥ୍ ନମ୍ବର ୧୯୬, ଦେବଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ସାଇରା ପ୍ରାଇମେରୀ ସ୍କୁଲର ବୁଥ୍ ନମ୍ବର ୧୮୩, ବ୍ରହ୍ମଗିରି ବିଧାନସଭା ପାଇଁ ଭୋଟଗ୍ରହଣ ହୋଇଥିବା କମାଶାସନର ବୁଥ୍ ନମ୍ବର ୨୨୨ ଓ ବାଘମୁଣ୍ଡାର ଗାଦିବ୍ରହ୍ମ ପ୍ରାଇମେଲୀ ସ୍କୁଲର ବୁଥ ନମ୍ବର ୬୨, ସତ୍ୟବାଦୀ ବିଧାନସଭା ପାଇଁ ବଳଭଦ୍ରପୁର ନୋଡାଲ ୟୁପି ସ୍କୁଲରେ ପ୍ରତିଷ୍ଠା ହୋଇଥିବା ବୁଥ୍ ନମ୍ବର ୭୮ରେ ସାନି ମତଦାନ ପାଇଁ ସୁପାରିସ କରାଯାଇଛି। ସେହିପରି ତାଳଚେର ବିଧାନସଭା ପାଇଁ ଭୋଟ ଗ୍ରହଣ ହୋଇଥିବା ଜନ୍ଦବାହାଲ ବୁଥ୍ ନମ୍ବର ୮୫, ଆଠଗଡ଼ ବିଧାନସଭା ପାଇଁ ଖୁଣ୍ଟାକଟା ପ୍ରାଇମେରୀ ସ୍କୁଲର ବୁଥ ନମ୍ବର ୯୦, ସଠିଲୋ ବାସୁଦେବପୁର ୟୁଜିଏମଇ ସ୍କୁଲରେ ପ୍ରତିଷ୍ଠା ହୋଇଥିବା ବୁଥ ନମ୍ବର ୧୦୦, ରାଜନଗର ୟୁଜିଏମଇ ସ୍କୁଲର ବୁଥ୍ ନମ୍ବର ୧୩୭ ଓ ୧୩୮, ଭୁବନେଶ୍ବର-ମଧ୍ୟ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହୋଇଥିବା ସହିଦ ନଗର ହାଇସ୍କୁଲର ବୁଥ୍ ନମ୍ବର ୧୨୭ ଓ ଘସିପୁରା ବିଧାନସଭା ପାଇଁ ଭୋଟ ଗ୍ରହଣ ହୋଇଥିବା ଭୁଲାନୂଆଗାଁର ବୁଥ୍ ନମ୍ବର ୧୭୧ରେ ସାନି ମତଦାନ ପାଇଁ ନିର୍ବାଚନ କମିସନଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁପାରିସ କରିଛନ୍ତି।

ସମ୍ବନ୍ଧିତ ଖବର