ଭୁବନେଶ୍ୱର : ଏମିତି ଜଣେ ସାଂସଦ ଆମର ଅଛନ୍ତି ଯେ କି ଗତ ୪ ବର୍ଷ ହେଲା ସଂସଦରେ ଗୋଟିଏ ବି ହେଲେ ପ୍ରଶ୍ନ ପଚାରି ନାହାଁନ୍ତି। ସେ ହେଉଛନ୍ତି ଅଭିନେତାରୁ ନେତା ବନିଥିବା ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର। ୟୁଥ ଫର୍ ସୋସିଆଲ ଡ଼େଭଲପମେଣ୍ଟ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଗତ ୪ ବର୍ଷ ମଧ୍ୟରେ ସିଦ୍ଧାନ୍ତ ସଂସଦରେ ଗୋଟିଏ ହେଲେ ପ୍ରଶ୍ନ ପଚାରି ନାହାନ୍ତି।
ସଂସଦରେ ନୈରାଶ୍ୟଜନକ ପ୍ରଦର୍ଶନ ନେଇ ରିପୋର୍ଟ ପ୍ରକାଶ ପରେ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର। ସିଦ୍ଧାନ୍ତ କହିଛନ୍ତି, ସେ କାମରେ ବିଶ୍ୱାସ କରନ୍ତି, ଭାଷଣବାଜିରେ ବିଶ୍ୱାସ କରନ୍ତି ନାହିଁ। ଏକଥା ତାଙ୍କର ସଂସଦୀୟ କ୍ଷେତ୍ରକୁ ଗଲେ ସମସ୍ତେ ବୁଝିପାରିବେ। ତାଙ୍କ ପ୍ରଦର୍ଶନରେ ସେ ସନ୍ତୁଷ୍ଟ, ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ କି ନାହିଁ, କହିପାରିବେନି ବୋଲି କହିଛନ୍ତି ସିଦ୍ଧାନ୍ତ। ଓଡ଼ିଶାର ୨୧ ଜଣ ସାଂସଦଙ୍କ ପ୍ରଦର୍ଶନ ତାଲିକାରେ ୧୮ ନମ୍ବରରେ ଅଛନ୍ତି ସାଂସଦ ସିଦ୍ଧାନ୍ତ ମହାପାତ୍ର। ସଂସଦରେ ତାଙ୍କର ଉପସ୍ଥାନ ୬୭.୭ ପ୍ରତିଶତ ଥିବାବେଳେ ମାତ୍ର ୬ଟି ବିତର୍କରେ ସେ ଭାଗ ନେଇଛନ୍ତି। ସେହିପରି ସଂସଦରେ ସେ ଆଦୌ ପ୍ରଶ୍ନ ପଚାରିନଥିବା ମଧ୍ୟ ରିପୋର୍ଟରେ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/sidhanta-mohapatra.jpg)