ନୂଆଦିଲ୍ଲୀ: ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡି ୪୧୫ କୋଟି ୨୧ ଲକ୍ଷ ୨୫ ହଜାର ୧୬୪ ଟଙ୍କା ଖର୍ଚ୍ଚ କରିଛି। ବିଜେଡି ଦ୍ବାରା ଭାରତୀୟ ନିର୍ବାଚନ ଆୟୋଗ (ଇିସିଆଇ)ଙ୍କ ନିକଟରେ ଦାଖଲ ୬୦ ପୃଷ୍ଠାର ପୂର୍ଣ୍ଣ ବ୍ୟୟ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଗତକାଲି ଇସିଆଇ ଏହି ରିପୋର୍ଟକୁ ସାର୍ବଜନୀନ କରିଛନ୍ତି। ରିପୋର୍ଟ ଅନୁସାରେ ବିଜେଡି ଦଳୀୟ ମତ ପ୍ରଚାର ପାଇଁ ୨୭୭ କୋଟି ଏକ ଲକ୍ଷ ଟଙ୍କା, ଓ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ବାବଦରେ ୧୩୮ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ନିର୍ବାଚନୀ ବ୍ୟୟ ପରେ ଦଳ ପାଖରେ ଆଉ ୬୨୫ କୋଟି ୭ ଲକ୍ଷ ୪୮ ହଜାର ୫୩୨ ଟଙ୍କା ରହିଛି। ଦଳୀୟ ପ୍ରଚାର ପାଇଁ ଗଣମାଧ୍ୟମରେ ବିଜ୍ଞାପନ ପାଇଁ ୪୭ କୋଟି ୧୪ ଲକ୍ଷ ଟଙ୍କା, ନିର୍ବାଚନୀ ପ୍ରଚାର ସାମଗ୍ରୀ ବାବଦରେ ୩୨ କୋଟି ୬୫ ଲକ୍ଷ ଟଙ୍କା, ତାରକା ପ୍ରଚାରକଙ୍କ ପାଇଁ ହେଲିକପ୍ଟର/ଏୟାର କ୍ରାଫ୍ଟ ଜରିଆରେ ଗସ୍ତ ବାବଦରେ ୨୫ କୋଟି ୪୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ତାରକା ପ୍ରଚାରକ ୨୩୧ ଥର ହେଲିକପ୍ଟର/ଏୟାରକ୍ରାଫ୍ଟରେ ଗସ୍ତ କରିଥିଲେ। ସର୍ବାଧିକ ୧୫୭ ଥର ଏକାକୀ କାର୍ତ୍ତିକ ପାଣ୍ଡିଆନ ଗସ୍ତ କରିଥିଲେ। ନବୀନ ଓ ପାଣ୍ଡିଆନ ମିଳିତଭାବେ ୫୫ ଥର ହେଲିକପ୍ଟରରେ ଯାଇଥିଲେ। ନବୀନ ଏକାକୀ ୬ ଥର ହେଲିକପ୍ଟର ଓ ୫ ଥର ଏୟାର କ୍ରାଫ୍ଟରେ ଗସ୍ତ କରି ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ। ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ୬ ଥର , ଅତୁନୁ ସବ୍ୟସାଚୀ ନାୟକ ୩ ଥର ଓ ପ୍ରଣବ ବଳବନ୍ତରାୟ ଥରେ ହେଲକପ୍ଟରରେ ଗସ୍ତ କରିଥିଲେ।
ଏଥିସହ ଥରେ ଦାସ୍ପୁରରୁ ଭୁବନେଶ୍ବର ହେଲିକପ୍ଟରରେ ମିଡିଆ ଟିମ ଗସ୍ତ କରିଥିଲେ। ପାଣ୍ଡିଆନ ମିଡିଆ ଟିମ ସହ ମଧ୍ୟ ଥରେ ଭୁବନେଶ୍ବରରୁ ଗୋଟ୍ମା ଏୟାରକ୍ରାଫ୍ଟରେ ଗସ୍ତ କରିଥିଲେ। ରାଜ୍ୟ ସ୍ତରୀୟ ନେତାଙ୍କ ଗସ୍ତ ବାବଦରେ ୭୧ଲକ୍ଷ ୨୧ ହଜାର ଟଙ୍କା, ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିଥବା ୧୬୮ ଜଣ ପ୍ରାର୍ଥୀଙ୍କୁ ନିର୍ବାଚନୀ ଖର୍ଚ୍ଚ ବାବବରେ ୫୩ କୋଟି ୮୩ ଲକ୍ଷ ଟଙ୍କା, ଦିଆଯାଇଥିଲା। ଲୋକସଭାର ୨୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଭଦ୍ରକ ଲୋକସଭା ପ୍ରାର୍ଥୀ ମଂଜୁଲତା ମଣ୍ଡଳଙ୍କୁ ସର୍ବାଧିକ ୬୬ ଲକ୍ଷ, କୋରାପୁଟ ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ୫୮ ଲକ୍ଷ ଟଙ୍କା, ସୁନ୍ଦରଗଡ଼ ପ୍ରାର୍ଥୀ ଦିଲୀପ ତିର୍କୀଙ୍କୁ ୪୯ ଲକ୍ଷ ଅନ୍ୟ ୧୮ ଜଣ ପ୍ରାର୍ଥୀଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଥିଲା। ବିଧାନସଭା ନିର୍ବାଚନରେ ୯୭ ପ୍ରାର୍ଥୀଙ୍କୁ ୩୦ ଲକ୍ଷ ଟଙ୍କା ଓ ତିରିଶ ଜଣଙ୍କୁ ୨୯ ଲକ୍ଷ ଟଙ୍କା ନିର୍ବାଚନୀ ଖର୍ଚ୍ଚ ବାବଦରେ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/HjuoSAG3o7Edmv3bqQZi.jpeg)