ସାଧାରଣତନ୍ତ୍ର ଦିବସରେ ୫୦ ପୁଲିସ ଅଧିକାରୀଙ୍କୁ ମିଳିବ ପଦକ

ଅଗଷ୍ଟ ୧୫ରେ ପଦକ ପାଇବାକୁ ୨୯ ଜଣ ମନୋନୀତ
ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ପାଇବେ ଏଡିଜି ଆର‌୍‌ପି କୋଚେ ଓ ଏଏସ୍‌ଆଇ ମନୋର˚ଜନ ସାମଲ

କଟକ : ସାଧାରଣତନ୍ତ୍ର ଦିବସ ଅବସରରେ ୫୦ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯିବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଲୋକସେବା ଭବନର କନଭେନସନ୍‌ ହଲ୍‌ରେ ଏହି ପଦକ ପ୍ରଦାନ କରିବେ। ଏଡିଜି (ମୁଖ୍ୟାଳୟ) ବିନୟତୋଷ ମିଶ୍ର, ଆଇଜି (ଆଧୁନିକୀକରଣ) ରେଖା ଲୋହାନି, ପୁରୀ ଏସ୍‌ପି ଉମାଶଙ୍କର ଦାଶ, କଟକ ଡିସିପି ଅଖିଳେଶ୍ବର ସି˚ହ, ଭିଜିଲାନ୍ସ ଡିଏସ୍‌ପି ସରୋଜ କୁମାର ସାମଲ, ଇନ୍ସପେକ୍ଟର ହରିବନ୍ଧୁ ଭାତ୍ରା, ପ୍ରଣିତା କୁମାରୀ ରାଏ, ଏସ୍‌ଆଇ ସୁବାସ ଚନ୍ଦ୍ର ନାଏକ, ଡେପୁଟି ସୁବେଦାର ବୁଢିବାହାଦୁର ଥାପା, ହାବିଲଦାର ମେଜର ବୁଢା ସି˚ହ ଗୁରୁଙ୍ଗ, ହାବିଲଦାର ସରୋଜ କୁମାର ଭୋଇ, ସିପାହୀ ରଥ ଲାକ୍ରା, ସୁଶାନ୍ତ କୁମାର ମାଝୀ, କନଷ୍ଟେବଳ ପ୍ରତିମା ରାଉତଙ୍କୁ ରାଜ୍ୟପାଳ ପଦକ ଦିଆଯିବ। ସାହସିକତା ପାଇଁ ରାଉରକେଲା ଏସ୍‌ପି କେ.ଶିବ ସୁବ୍ରମଣି, ଅନୁଗୁଳ ଏସ୍‌ପି ଜଗମୋହନ ମୀନା, ଇନ୍ସପେକ୍ଟର ପ୍ରକାଶ କୁମାର କର୍ଣ୍ଣ, ଜ୍ୟୋତିର˚ଜନ ପତି, ଏସ୍‌ଆଇ ସଚ୍ଚିଦାନନ୍ଦ ବରିହା, ସୁବେଦାର ଆଶିଷ କୁମାର ସରକାର, ହାବିଲଦାର ପ୍ରମୋଦ ବାର୍ଲା, ମିଥୁନ୍‌ ପ୍ରଧାନ, ସନ୍ତୋଷ ଜୁଆଙ୍ଗ, କନଷ୍ଟେବଳ ସୁଶୀଲ ଦାଶ, ଆକାଶ ମହାପାତ୍ର, ଚନ୍ଦ୍ରମଣି ଭୋଇ, ସାମ ଧାଙ୍ଗଡ଼ାମାଝୀ, ଦିଲ୍ଲୀପ କୁମାର ଦନ୍ତା, ପ୍ରଶାନ୍ତ କୁମାର ବାରିକ, ଭୂବନ ସେଲ୍‌ମା, ସତ୍ୟନାରାୟଣ କଠାର, ଚୈତନ୍ୟ କିର୍ସାନି, ଘେନୁ ହନ୍ତାଲ, ସୁଧା˚ଶୁ ଭୂପତି, ରୁକଧର ନେଗି, ଲାନ୍ସନାଏକ ଶିବଶଙ୍କର ନାୟକ, ପବିତ୍ର ମୋହନ ନାୟକଙ୍କୁ ପୁଲିସ ପଦକ ପ୍ରଦାନ କରାଯିବ। ଏହା ବ୍ୟତୀତ ବିଶିଷ୍ଟ ସେବା ପାଇଁ ଡିଏସ୍‌ପି ପ୍ରମୋଦ କୁମାର ରଥ, ଭିଜିଲାନ୍ସ ଏଏସ୍‌ଆଇ ଶିବ ନାରାୟଣ ରଥଙ୍କୁ ରାଷ୍ଟ୍ରପତି ପଦକ ଦିଆଯିବ। ପ୍ରଶ˚ସନୀୟ ସେବା ପାଇଁ ଏଏସ୍‌ବି ଏସିପି ସୁଜିତ କୁମାର ଦଳାଇ, ଏସିପି ମାନସ ର˚ଜନ ଗଡ଼ନାଏକ, କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଇତି ଦାସ, ଇନ୍ସପେକ୍ଟର ରଜନୀକାନ୍ତ ସାମଲ, ଭରତ ଚରଣ ସାହୁ, ସ୍ମିତାରାଣୀ ମହାନ୍ତି, ଏସ୍‌ଆଇ ନିର˚ଜନ ତ୍ରିପାଠୀ, ସନ୍ତୋଷ କୁମାର ବାହିନୀପତି, କନଷ୍ଟେବଳ ସନାତନ ସାହୁ, ପ୍ରଶାନ୍ତ କୁମାର ସାହୁ, ଦୁର୍ଗାପ୍ରସାଦ ହୋତାଙ୍କୁ ପୁଲିସ ପଦକ ମଳିବ।

ଅନ୍ୟପକ୍ଷରେ ୨୦୨୦, ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ୨୯ ଜଣଙ୍କୁ ପଦକ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ସାହସିକତା ପାଇଁ ଏସ୍‌ଆଇ ଗଗନ ବିହାରୀ ନାୟକ, ରାଜେନ୍ଦ୍ର ଚୌଧୁରୀ, ହାବିଲଦାର କୃଷ୍ଣଲୋକ ବେହେରା, ସୁଖୀରାମ ରଣା, କନଷ୍ଟେବଳ ମୁରଲୀ ମୋହନ ଦାଶ, ମହେଶ୍ବର ଢକଡ, ମନୋହର ଭୂମିଆ, ଶିବପ୍ରସାଦ ନାୟକ, ଭବାନୀଶଙ୍କର ପାଟିଲ, ଅର୍ଜୁନ ଚନ୍ଦ୍ର କୁରାମି, ବିନୟ କୁମାର ମିଶ୍ର, ରାଜେଶ କୁମାର ଦେଵାନ, କମାଣ୍ତୋ ଗଣେଶ ଧରୁଆ, ରବୀନ୍ଦ୍ର କୁମାର ପରମାଣିକ, ପଦ୍ମନାଭ ରାଏ, ମଦନମୋହନ ପ୍ରଧାନଙ୍କୁ ପୁଲିସ ପଦକ ପ୍ରଦାନ କରାଯିବ। ଏଡିଜି ଆର‌୍‌ପି କୋଚେ, ଏଏସ୍‌ଆଇ ମନୋର˚ଜନ ସାମଲଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ, ପ୍ରଶ˚ସନୀୟ ସେବା ପାଇଁ ଏଏସ୍‌ପି ବିଶ୍ବନାଥ ମିଶ୍ର, ବୁର୍ଲା କମାଣ୍ତାଣ୍ଟ ବାଳକୃଷ୍ଣ ନନ୍ଦ, କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ବିକାଶ ର˚ଜନ ବେହୁରା, ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ବାଳ, ଇନ୍ସପେକ୍ଟର ଆଶିଷ କୁମାର ମିଶ୍ର, ଏସ୍‌ଆଇ ଦିବାକର ସାମନ୍ତସି˚ହାର, ଶାନ୍ତନୁ କୁମାର ଦାଶ, ପ୍ରଣବ କୁମାର ନାୟକ, ହାବିଲଦାର ଚିତ୍ତର˚ଜନ ରଥ, କନଷ୍ଟେବଳ ନରେନ୍ଦ୍ର କୁମାର ରାଉତ, ଶେଖ ଦାଉଦଙ୍କୁ ପୁଲିସ୍‌ ପଦକ ମିଳିବ।

ସମ୍ବନ୍ଧିତ ଖବର