ରାଜ୍ୟସ୍ତରୀୟ ସାଧାରଣନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଗାନ୍ଧୀମାର୍ଗରେ ପାଳିତ ହୋଇଯାଇଛି। ଉତ୍ସବରେ ରାଜ୍ୟପାଳ ଡ. ଏସ୍‌. ସି ଜମିର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ରାଜ୍ୟପାଳ ସକାଳ ୮ଟା ୨୮ରେ ଗାନ୍ଧୀମାର୍ଗର ଅଭିବାଦନ ମଞ୍ଚ ନିକଟରେ ପହଞ୍ଚିବା ମାତ୍ରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ମହାନିର୍ଦେଶକ ଆର. ପି ଶର୍ମା ତାଙ୍କୁ ପାଛୋଟି ନେଇଥିଲେ। ରାଜ୍ୟପାଳ ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ପରେଡ୍‌ କମାଣ୍ଡର ମୁଖ୍ୟ ଅତିଥିଙ୍କ ଅନୁମତି ନେବା ପରେ ପରେଡ୍‌ ଶୁଭାରମ୍ଭ ହୋଇଥିଲା।

୫୬ଟି ଦଳ ପରେଡ୍‌ରେ ଭାଗ ନେଇଥିଲେ। କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ ପ୍ରଥମେ ମଞ୍ଚ ଅତିକ୍ରମ କରିଥିଲା। ପରେ ରେଳବାଇ ସୁରକ୍ଷା ବାହିନୀ, ଇଣ୍ଡୋତିବ୍ଦତୀୟନ ସୀମା ପୁଲିସ, ରିଜର୍ଭ ବାହିନୀ ଓଡ଼ିଶା ପୁଲିସ, ଓଡ଼ିଶା ରାଜ୍ୟ ସଶସ୍ତ୍ର ପୁଲିସ ବାହିନୀ, ଏସ୍‌. ଏସ୍‌ ବାଟାଲିୟନ, ଏକେ ୪୭ ଭୁବନେଶ୍ୱର, ରାଜ୍ୟ ଶିଳ୍ପ ନିରାପତ୍ତା ବଳ, ରାଜ୍ୟ ପୁଲିସ ବ୍ରାସ୍‌ବ୍ୟାଣ୍ଡ ପାର୍ଟି – ୨, ଆନ୍ଧ୍ରପ୍ରଦେଶ ପୁଲିସ, ଓଡ଼ିଶା ତ୍ୱରିତ କାର୍ଯ୍ୟ ବଳ, ଏ.ପି ଆର, ରାଜ୍ୟ ପୁଲିସ, ଓଡ୍ରାଫ, ରାଜ୍ୟ ପୁଲିସ, ଟ୍ରାଫିକ ମହିଳା ପୁଲିସ ବାହିନୀ, ରାଜ୍ୟ ଅଗ୍ନିଶମ ବିଭାଗ, ଅଗ୍ନିଶମ ବ୍ୟାଣ୍ଡ, ଗୃହରକ୍ଷୀ (ପୁରୁଷ), ବରିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ବାଳକ), ବରିଷ୍ଠ ସମର ଶିକ୍ଷାର୍ଥୀ ବାହିନୀ, କନିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ ପଦାତିକ ବାହିନୀ, କନିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ ନୌବାହିନୀ(ବାଳକ), ଜାତୀୟ କନିଷ୍ଠ ଜାତୀୟ ସମର ଶିକ୍ଷାର୍ଥ ବାୟୁବାହିନୀ(ବାଳକ), କନିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ ପଦାତିକ ବାହିନୀ (ବାଳିକା), ସୈନିକ ସ୍କୁଲ କନିଷ୍ଠ ସମର ଶିକ୍ଷାର୍ଥୀ ବାହିନୀ (ବାଳକ), ସୈନିକ ସ୍କୁଲ ବ୍ୟାଣ୍ଡ, ଭାରତ ସ୍କାଉଟସ ଏବଂ ଗାଇଡ୍‌ସ ଏନଭିରନମେଣ୍ଟ, ଡିଏଭି ପୋଖରୀପୁଟ, ଡିଏଭି ଚନ୍ଦ୍ରଶେଖରପୁର, ଗାଇଡ୍‌ ପ୍ଲାଟୁନ -୦୧ (ପ୍ରଭୁଜି ସ୍କୁଲ), ରୋଭର (ବରିଷ୍ଠ ସ୍କାଉଟ), ସାମୁଦ୍ରିକ ସ୍କାଉଟ ଭିଏସ୍‌ଏସ୍‌ନଗର, ସେଣ୍ଟ ଜନ ଆମ୍ବୁଲାନ୍‌ସ(ବାଳକ) କ୍ୟାପିଟାଲ ହାଇସ୍କୁଲ, ରାଜ୍ୟ ପୁଲିସ ପାଇପ ବ୍ୟାଣ୍ଡ, ସିଟି ଓମେନ୍‌ସ କଲେଜ ସେଣ୍ଟ ଜନ୍‌ ଆମ୍ବୁଲାନ୍‌ସ, ସେଣ୍ଟ ଜାଭିୟର୍‌ ହାଇସ୍କୁଲ (ବାଳିକା), ଡିଏମ୍‌.ସ୍କୁଲ, ଭୁବନେଶ୍ୱର ମଡେଲ ପବ୍ଲିକ ସ୍କୁଲ (ବାଳିକା) ବିକାଶ ରେସିଡେନ୍‌ସିଆଲ ସ୍କୁଲ, ରେଡକ୍ରସ, କ୍ୟାପିଟାଲ ବାଳିକ ସ୍କୁଲ ୟୁନିଟ-୨, ମଦର୍ସ ପବ୍ଲିକ ସ୍କୁଲ, ଭେଙ୍କେଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ବ୍ୟାଣ୍ଡପାର୍ଟି ଭେଙ୍କେଟେଶ୍ୱର ସ୍କୁଲ, ଡିଏଭି ପବ୍ଲିକ ସ୍କୁଲ, ୟୁନିଟ ୮, ଓଏସ୍‌ଏପି ସପ୍ତମ ବାଟାଲିୟନ ହାଇସ୍କୁଲ, ବିଜେଇଏମ ସ୍କୁଲ-୧, ଓଡିଏମ ପବ୍ଲିକ ସ୍କୁଲ, କିସ୍‌ ଓ୍ଵାଇଆରସି, ରୁଚିକା ହାଇସ୍କୁଲ, ସେଣ୍ଟ ଜାଭିୟର କେଦାରଗୌରୀ, ସାଇ ଅର୍ନ୍ତଜାତୀୟ ସ୍କୁଲ, ରାଜ୍ୟ ପୁଲିସ ବ୍ରାସ ବ୍ୟାଣ୍ଡ ପାର୍ଟି, ଅଗ୍ନିଶବ ସେବା ଯାନ, ଆମ୍ବୁଲାନ୍‌ସ, ପ୍ରଜ୍ଞାପନ ମେଢ଼ ପରେଡ୍‌ରେ ଅଂଶ ଗ୍ରହଣ କରିଥିଲେ।

ଏହି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାମରିକ କଳା ଓ ଲୋକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଛୋଟଛୋଟ ପିଲାମାନଙ୍କ ଦ୍ୱାରା ସ୍କେଟିଂ ଡୟାରଡେଭିଲ୍‌ର କ୍ରୀଡ଼ାକୌଶଳ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ସମ୍ବନ୍ଧିତ ଖବର