ଭୁବନେଶ୍ବର: ଆଜି ସାଧାରଣତନ୍ତ୍ର ଦିବସ ଓ ସରସ୍ବତୀ ପୂଜା। ଏହି କାରଣରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଉତ୍ସବମୁଖର ହୋଇଥିବାର ପରିଲକ୍ଷିତ ହୋଇଛି। ସକାଳୁ ସକାଳୁ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ନିଜ ନିଜ ଶିକ୍ଷାନୁଷ୍ଠାନରେ ପହଞ୍ଚିଥିବା ଜଣାଯାଇଛି। ପ୍ରଥମେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି।
ଏହାପରେ ସରସ୍ବତୀ ପୂଜା ହେବ। ଏଥିପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ସାଜସଜ୍ଜା ହୋଇଛି। ପ୍ରାୟ ଦୁଇ ବର୍ଷ ହେବ କରୋନା କଟକଣା ହେତୁ ରାଜ୍ୟରେ ଏ ଦୁଇ ଉତ୍ସବ ଫିକା ପଡ଼ିଥିଲା। ପିଲାମାନଙ୍କ ମନରେ ଉତ୍ସାହ ନ ଥିଲା। ହେଲେ ଏଥର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଉତ୍ସାହ ବହୁଗୁଣିତ ହୋଇଛି।