ଶେରଗଡ଼ : କ୍ଵାରେଣ୍ଟାଇନରେ ଥିବା ସମସ୍ତ ବ୍ୟକ୍ତିଙ୍କ ସ୍ୱାବ ଚିକିତ୍ସା ନିମନ୍ତେ ଅନ୍ତେବାସୀଙ୍କ ନିବେଦନ

କିଟରେ ପ୍ରଦତ୍ତ ସାମଗ୍ରୀ ୧୪ ଦିନ ଯିବ କି ନାହିଁ ସନ୍ଦେହ

ଶେରଗଡ଼ : ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ବିଭିନ୍ନ କ୍ଵାରେଣ୍ଟାଇନରେ ଥିବା ଅନ୍ତଃବାସୀଙ୍କ ମନରେ ଆଶଙ୍କା ବଢିବାରେ ଲାଗିଛି। ଜିଲ୍ଲାରେ ବର୍ତ୍ତମାନ ୭୧ ପଜିଟିଭ ବାହାରିବା ପରେ ଅନ୍ତଃବାସୀମାନେ ମୋବାଇଲ ମାଧ୍ୟମରେ ନିବେଦନ କରିଛନ୍ତି କି ତୁରନ୍ତ ସମସ୍ତଙ୍କ ସ୍ୱାବ ପରୀକ୍ଷା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉ। କ୍ଵାରେଣ୍ଟାଇନରୁ ସୁରଟ ଫେରନ୍ତାଙ୍କ ପରୀକ୍ଷା ନିମନ୍ତେ ବ୍ରହ୍ମପୁର ନିଆ ଯାଉଥିବା ବେଳେ ସେମାନେ ଆଉ ଫେରୁନଥିବା ଯୋଗୁଁ କ୍ଵାରେଣ୍ଟାଇନରେ ଥିବା ଯୁବକଙ୍କ ମନରେ ଅଜଣା ଶଙ୍କା ମଧ୍ୟ୍ୟ ରହୁଛି। ଆଜି କିଛି ଯୁବକ ମୋବାଇଲ ମାଧ୍ୟମରେ ନିବେଦନ କରିଛନ୍ତି କି ତୁରନ୍ତ ସବୁ ଅନ୍ତେବାସୀଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା କରିବା ସହ କରୋନା ବ୍ୟାପିବାରେ ରୋକ ଲଗାଇବା କ୍ଷେତ୍ରରେ ପଦକ୍ଷେପ ନିଆଯାଉ। ଜିଲ୍ଲାର ସବୁ ଆକ୍ରାନ୍ତ ପ୍ରବାସୀ ହୋଇଥିବା ବେଳେ ପ୍ରତି କ୍ୟାମ୍ପରୁ ଚାରିରୁ ପାଞ୍ଚ ଜଣଙ୍କ ପରୀକ୍ଷା କରାଯାଉଛି। ଏପରିକି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପଚାରିଲେ ଉତ୍ତର ମିଳୁଛି କି ଯାହାକୁ କିଛି ଅସୁସ୍ଥ ଅନୁଭବ ହେବ ସେମାନଙ୍କ ସ୍ୱାବ ପରୀକ୍ଷା କରାଯିବ।

ଅନ୍ୟ ପକ୍ଷରେ ସମସ୍ତ କରୋନା ଆକ୍ରାନ୍ତ କ୍ଵାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ଶହେ ବ୍ୟକ୍ତିଙ୍କୁ ମାତ୍ର ତିନି ଚାରୋଟି ପାଇଖାନା। ବ୍ୟକ୍ତିଗତ ସ୍ୱଚ୍ଛତା ନିମନ୍ତେ ବିଶେଷ ସୁବିଧା ନାହିଁ। କିଟରେ ପ୍ରଦତ୍ତ ସାମଗ୍ରୀ ଏକ ସପ୍ତାହ ଯିବ କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ। ଏଣୁ ସମସ୍ତ ଅନ୍ତଃବାସୀଙ୍କ ଜୀଵନ ସୁରକ୍ଷା କ୍ଷେତ୍ରରେ ପଦକ୍ଷେପ ନେବା ପାଇଁ କିଛି ଅନ୍ତଃବାସୀ ମୋବାଇଲ ମାଧ୍ୟମରେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର