ଭୁବନେଶ୍ବର: ଗତ ୨୦ ତାରିଖରେ ପରଲୋକ ଗମନ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କ ପତ୍ନୀ ତଥା ବିଶିଷ୍ଟ ଅଭିନେତ୍ରୀ ତନ୍ଦ୍ରା ରାୟ ଏବଂ ପରିବାରବର୍ଗ ପକ୍ଷରୁ ଏକ ନିବେଦନ କରାଯାଇଛି। ସେମାନେ କହିଛନ୍ତି ଯେ ବିଜୟ ନିଜ ପରିବାର ଲୋକଙ୍କ ପାଖରେ ଯେତିକି ପ୍ରିୟ ଥିଲେ ତା’ଠାରୁ ଅଧିକ ସାରା ଓଡ଼ିଶାବାସୀଙ୍କ ଆପଣାର ଥିଲେ। ସିନେମା ମାଧ୍ୟମରେ ସେ ଓଡ଼ିଶାର ସାଧାରଣ ଲୋକଙ୍କର ଦୁଃଖସୁଖର ସାଥୀ ହୋଇପାରିଥିଲେ। ବିଜୟଙ୍କ ବିୟୋଗରେ ପ୍ରତି ଓଡ଼ିଆଙ୍କ ମନ ଭିତରେ ସୃଷ୍ଟି ହୋଇଥିବା କୋହ ତାଙ୍କ ଆତ୍ମାକୁ ସଦ୍ଗତି ଦେବ। ବିଜୟ ଅସୁସ୍ଥ ଥିବା ସମୟରେ ପରିବାରର ମନୋବଳ ବଢ଼ାଇଥିବା ବ୍ୟକ୍ତିବିଶେଷଙ୍କୁ ଶ୍ରୀମତୀ ରାୟ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏକାଦଶାହରେ ବିଜୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ସମସ୍ତଙ୍କର ଇଚ୍ଛା ରହିଛି। କିନ୍ତୁ କରୋନା କଟକଣା କାରଣରୁ ବନ୍ଧୁ ପରିଜନଙ୍କୁ ସେମାନେ ନିମନ୍ତ୍ରଣ ଜଣାଇପାରୁ ନାହାନ୍ତି ବୋଲି ପରିବାର ତରଫରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ବିଜୟଙ୍କୁ ଭଲ ପାଉଥିବା ସମସ୍ତେ ଏହା ହୃଦୟଙ୍ଗମ କରିବାକୁ ଶ୍ରୀମତୀ ରାୟ ଅନୁରୋଧ କରିଛନ୍ତି।
ବିଜୟ ମହାନ୍ତିଙ୍କ ପରିବାର ତରଫରୁ ନିବେଦନ
/sambad/media/post_attachments/wp-content/uploads/2020/07/bijaya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)