୭ଟି ସଂସ୍ଥାକୁ ରେରାର ୬୩ଲକ୍ଷ ୩୧ହଜାର ଟଙ୍କା ଜରିମାନା

ଭୁବନେଶ୍ବର : ଘର ଓ ଜମି କିଣୁଥିବା ଲୋକ ଯେପରି ଠକାମିର ଶିକାର ହେବେନି ସେଥିପାଇଁ ରେରା କର୍ତ୍ତୃପକ୍ଷ ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି। ବାସଗୃହ ପଞ୍ଜୀକରଣ ନିୟମକୁ ଅନୁସରଣ ନକରିବା, ବିନା ପଞ୍ଜୀକରଣରେ ପ୍ରକଳ୍ପ କରିବା, ଚୁକ୍ତି ମୁତାବକ ଉପଭୋକ୍ତାଙ୍କୁ ଠିକ୍ ସମୟରେ ଗୃହ ଓ ଜମି ହସ୍ତାନ୍ତର ନକରିବା, ପୂର୍ବରୁ ହୋଇଥିବା ଜରିମାନାକୁ ପଇଠ ନକରିବା ଭଳି ବେଆଇନ କାର୍ଯ୍ୟ ପାଇଁ ରେରା ପକ୍ଷରୁ ମେ ମାସରେ ୭ଟି ନିର୍ମାଣକାରୀ ସଂସ୍ଥାଙ୍କୁ ୬୩ଲକ୍ଷ ୩୧ହଜାର ଟଙ୍କା ଜରିମାନା କରାଯାଇଛି।

ରେରା ପକ୍ଷରୁ କୁହାଯାଇଛି ଯେ, ଜୟ ମା’ ସନ୍ତୋଷୀ ଇନଫ୍ରାଷ୍ଟ୍ରକଚର୍ ପ୍ରାଇଭେଟ୍/ଲିମିଟେଡର ଶୁଭାଦିତ୍ୟ ଏଲ୍‌ଆଇଟ୍‌କୁ ୧୨ଲକ୍ଷ ୩୧ହଜାର, ବିପୁଲ ଲିମିଟେଡର ସିଜୁଆ ଠାରେ ହେଉଥିବା ବିପୁଲ ଗ୍ରିନ୍‌କୁ ୧୧ଲକ୍ଷ ୭୯ହଜାର, ଜୟ ମା’ ସନ୍ତୋଷୀ ଇନଫ୍ରାଷ୍ଟ୍ରକଚର୍ ପ୍ରାଇଭେଟ୍‌/ଲିମିଟେଡକୁ ୧୦ଲକ୍ଷ, ଅଇଁଠାପାଲି ସମ୍ବଲପୁରର ଆସୋସିଏଟ୍ ଇନଫ୍ରା ଡେଭଲପର୍ସକୁ ୧୦ଲକ୍ଷ, ତତ୍ତ୍ବମାସୀ ମାର୍କେଟିଂ ପ୍ରାଇଭେଟ୍ ଲିମିଟେଡର କାଞ୍ଚିଲୋ ନୂଆଗାଁର ତତ୍ତ୍ବମାସୀ ହାଉସିଂ ସୋସାଇଟିକୁ ୧୦ଲକ୍ଷ, ଶିବାନୀ ଇଷ୍ଟେଟ୍ ଆଣ୍ଡ ପ୍ରମୋଟର୍ସ ପ୍ରାଇଭେଟ/ଲିମିଟେଡର ସାକ୍ଷୀଗୋପାଳଠାରେ ହୋଇଥିବା ବିଦ୍ୟୁତଲତା ଆପାର୍ଟମେଣ୍ଟକୁ ୮ଲକ୍ଷ, ଗ୍ରିନ୍‌ ପାର୍କ ଡେଭଲପର୍ସ ପ୍ରାଇଭେଟ/ଲିମିଟେଡର ରଘୁନାଥପୁରରେ ହୋଇଥିବା ଗ୍ରିନ୍ ହୋମ୍‌ସକୁ ୧ଲକ୍ଷ ୫୧ହଜାର ଟଙ୍କା ଜରିମାନା ହୋଇଛି। ଏହାସହ ରେରା ପକ୍ଷରୁ କୁହାଯାଇଛି ଯେ, ‌େଲାକମାନେ ଅଣ ରେରା ପଞ୍ଜୀକୃତ ଘର କି ଜମି କିଣନ୍ତୁ ନାହିଁ।

ସମ୍ବନ୍ଧିତ ଖବର