ବଲାଙ୍ଗୀର: ତେଲେଙ୍ଗାନାର ଏକ ଇଟାଭାଟିରେ ନିର୍ଯାତିତ ହୋଇ କାମ କରୁଥିବା ୧୬୭ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି। କିଛି ସ୍ୱେଚ୍ଛାସେବୀ ସଂସ୍ଥାଙ୍କ ନଜରକୁ ଘଟଣା ଆସିବା ପରେ ସେଠିକାର ପୁଲିସ ଓ ପ୍ରଶାନିକ ଅଧିକାରୀଙ୍କ ମିଳିତ ଉଦ୍ୟମରେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ୧୬୭ ଶ୍ରମିକ ବଲାଙ୍ଗୀର ଜିଲ୍ଲାର ହୋଇଥିବା ବେଳେ ସେମାନଙ୍କ ଭିତରେ ୫୦ ଶିଶୁ ୪୭ ମହିଳା ରହିଛନ୍ତି। ଏମାନେ ତେଲେଙ୍ଗାନାର ପୋଚାମ୍ପାଲୀର ଜଗତପାଲିଠାରେ ଥିବା ଆର୍‌ଆର୍‌ଆର୍‌ ଇଟାଭାଟିରେ କାମ କରୁଥିଲେ।

Advertisment

ସେଠାରେ ନିର୍ଯାତିତ ହେଉଥିବା ଖବର ପାଇ ପୋଚାମ୍ପାଲୀ ପୁଲିସ, ସେଠିକାର ରାଜସ୍ୱ ଅଧିକାରୀ, ସାଇଟ୍ରା ଏନ୍‌ଜିଓ ଇ ରଜନୀ, ସିଆଇଡି ଆର୍‌ଓ ନାଲଗୋଣ୍ଡା ଟିମ୍‌, ଡିଏସ୍‌ପି ବି. ଇରନା ପ୍ରମୁଖ ଇଟାଭାଟିକୁ ଯାଇ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ଶ୍ରମିକମାନଙ୍କୁ ଟ୍ରେନ୍‌ରେ ଟିକଟ କରାଇ ବଲାଙ୍ଗୀର ପଠାଇବାର ବ୍ୟବସ୍ଥା କରିଥିଲେ। ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଏଭଳି ଶ୍ରମିକ ନିର୍ଯାତନା ଘଟଣା ସବୁ ସାମ୍ନାକୁ ଆସିଥାଏ।