ବିଭିନ୍ନ ହୋଟେଲ୍ ଓ ଢାବାରେ ଚଢ଼ଉ, ୪ ଶିଶୁ ଶ୍ରମିକ ଉଦ୍ଧାର

ଖୋର୍ଦ୍ଧା: ନ୍ୟାସନାଲ୍ କମିଶନ ଫର ପ୍ରୋଟେକ୍ସନ୍ ଅଫ୍ ଚାଇଲ୍ଡ ରାଇଟ୍ (ଜାତୀୟ ଶିଶୁ ସୁରକ୍ଷା ଓ ଅଧିକାର କମିଶନ, ଏନ୍ସିପିସିଆର୍) ପକ୍ଷରୁ ଶିଶୁ ଶ୍ରମିକ ନିରୋଧ ସପ୍ତାହ ଉପଲକ୍ଷେ ଜିଲ୍ଳାର ବିଭିନ୍ନ ହୋଟେଲ୍, ଢାବା, ରେସ୍ତୁରାଁ ଆଦିରେ ଚଢ଼ଉ କରାଯାଇ ୪ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।

ଜୁନ୍ ୧୨ରୁ ୨୦ ତାରିଖ ଯାଏଁ ଶିଶୁ ଶ୍ରମିକ ନିରୋଧ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଏନ୍ସିପିସିଆର୍ଙ୍କ ନିଦେ୍ର୍ଦଶରେ ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ଉ କରିଥିଲେ । ଭୁବନେଶ୍ୱର ଶିଶୁପାଳଗଡ଼ ଠାରୁ ରସୁଲଗଡ଼ ମଧ୍ୟରେ ଥିବା ବିଭିନ୍ନ ଗ୍ୟାରେଜ୍ ଓ ହୋଟେଲ୍ରେ କାମ କରୁଥିବା ୪ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ଏହି ଟିମ୍ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ସାମାଜିକ କର୍ମୀ ରଂଜନ କୁମାର ଗୋଚ୍ଛାୟତ, ସିଡବ୍ଲୁସି ସଭ୍ୟା ମାନସୀ ପାଢ଼ୀ, ଶ୍ରମ ନିରୀକ୍ଷକ କୁଳଦୀପ କାଳିପୁତ୍ର, ଏଏଲ୍ଓ ପ୍ରଭାକର ବିଶ୍ୱାଳ, ଏଡ୍ ଆଟ୍ ଆକ୍ସନର ସଂଯୋଜକ ଦୀପକ ରଂଜନ ପଣ୍ଡା ପିକକ ଅନୁଷ୍ଠାନର ସ୍ୱେଚ୍ଛାସେବୀଙ୍କ ସମେତ ଧଉଳି, ଲିଙ୍ଗରାଜ, ବରଗଡ଼ ଓ ମଂଚେଶ୍ୱର ଥାନାର ପୁଲିସ କର୍ମଚାରୀ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର