ଟ୍ରକ ଜବତ, ୫୫ ଗୋରୁ ଉଦ୍ଧାର

ଦାନଗଦୀ: କଳିଙ୍ଗନଗର ଥାନା ମିରିଗିଚରା ଛକ ନିକଟରୁ ଗତକାଲି ବିଳମ୍ୱିତ ରାତିରେ ଏକ ଗୋରୁ ବୋଝେଇ ୧୦ ଚକିଆ ଟ୍ରକକୁ ପୁଲିସ ଜବତ କରିଛି। ଗାଡ଼ିରେ ଚାଲାଣ ହେଉଥିବା ୫୫ ଟି ଗୋରୁ ଉଦ୍ଧାର କରାଯାଇଛି। ବିଳମ୍ୱିତ ରାତିରେ ସୁକିନ୍ଦା ଅଞ୍ଚଳରୁ ଗୋରୁ ବୋଝେଇ ୧୦ ଚକିଆ ଟ୍ରକ (ଓଆର ୦୪ ଜି ୪୯୧୫) ଡବୁରୀରୁ ଟମକା ଆଡ଼କୁ ଯାଉଥିଲା। ଗାଡ଼ିଟି ମିରିଗିଚରା ଛକ ନିକଟରେ ଖରାପ ହୋଇଯିବାରୁ ରାସ୍ତା କଡ଼ରେ ଠିଆ ହୋଇଥିଲା। ସ୍ଥାନୀୟ ଲୋକେ ସନ୍ଦେହ କରି ପଛପଟ ଦେଖିବାରୁ ଗୋରୁ ବୋଝେଇ ହୋଇଥିବାର ଦେଖି କଳିଙ୍ଗନଗର ଥାନାକୁ ଖବର ଦେଇଥିଲେ।

ପୁଲିସ ପହଞ୍ଚି ଟ୍ରକଟିକୁ ଜବତ କରିବା ସହିତ ଗୋରୁଗୁଡ଼ିକୁ ଛାଡ଼ି ଦେଇଥିଲା। ଡ୍ରାଇଭର ଓ ହେଲପର ସେରୁ ଫେରାର ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ୨୦୫ /୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଛି। ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ବିଳମ୍ବିତ ରାତିରେ ଗୋରୁ ବେପାରୀ ବଡ଼ବଡ଼ ଟ୍ରକରେ ଗୋରୁ ବୋଝେଇକରି ଚୋରା ଚାଲାଣ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର