ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁର ଚାଙ୍ଗୁଡ଼ିଆପଦର ସାହିର ଜୁଏଲର୍ ସୁରେନ୍ଦ୍ର କୁମାର ନାୟକଙ୍କ ଘରୁ ସାଢ଼େ ୩ କୋଟିର ସୁନା ଅଳଙ୍କାର ଲୁଟ୍ ଘଟଣାର ପୁଲିସ ଗତକାଲି ପର୍ଦ୍ଦାଫାସ କରିବା ସହ ଏଥିରେ ସଂପୃକ୍ତ ମୋଟ ୧୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କଠୁ ଲୁଟ୍ ୬.୫୦୧ କିଲୋ ସୁନା ଅଳଙ୍କାର ଓ ୪.୪୪ ଲକ୍ଷ ଜବତ ହୋଇଥିଲା।
ଆଜି ଉକ୍ତ ସୁନା ଅଳଙ୍କାର ଓ ଟଙ୍କାକୁ ମାଲିକଙ୍କ ପୁଅ ସାଇଶଙ୍କର ନାୟକଙ୍କୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/ganjam-2.jpg)