ଉଦ୍ଧାର ୬.୫ କିଲୋ ଗହଣା ମାଲିକଙ୍କୁ ହସ୍ତାନ୍ତର କଊା ପୁଲିସ୍

ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁର ଚାଙ୍ଗୁଡ଼ିଆପଦର ସାହିର ଜୁଏଲର୍ ସୁରେନ୍ଦ୍ର କୁମାର ନାୟକଙ୍କ ଘରୁ ସାଢ଼େ ୩ କୋଟିର ସୁନ‌ା ଅଳଙ୍କାର ଲୁଟ୍‌ ଘଟଣାର ପୁଲିସ ଗତକାଲି ପର୍ଦ୍ଦାଫାସ କରିବା ସହ ଏଥିରେ ସଂପୃକ୍ତ ମୋଟ ୧୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କଠୁ ଲୁଟ୍ ୬.୫୦୧ କିଲୋ ସୁନ‌ା ଅଳଙ୍କାର ଓ ୪.୪୪ ଲକ୍ଷ ଜବତ ହୋଇଥିଲା।

ଆଜି ଉକ୍ତ ସୁନା ଅଳଙ୍କାର ଓ ଟଙ୍କାକୁ ମାଲିକଙ୍କ ପୁଅ ସାଇଶଙ୍କର ନାୟକଙ୍କୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର