ବେତନଟୀ: କିଛିଦିନ ତଳେ ବେତନଟୀ ରେଞ୍ଜ ଅଞ୍ଚଳରୁ ଏକ ଗୋଠଛଡ଼ା ଝାଡ଼ଖଣ୍ତୀ ହାତୀ ଶାବକ ଉଦ୍ଧାର ହୋଇଥିଲା। ଏହା ପ୍ରଥମେ କିଛି ଖାଉ ନଥିଲା। ଯାହାକୁ ନେଇ ବନ ବିଭାଗର ଚିନ୍ତା ବଢ଼ିଥିଲା। ତେବେ ପରେ ହାତୀ ଶବକଟି ଖିଆପିଆ କରିଥିଲା। ତେବେ ସେ ଦଳକୁ ଫେରିବାର ସମ୍ଭାବନା ନଥିବାରୁ ତାକୁ ପିଠାବଟା ରେଞ୍ଜରେ ରଖାଯାଇଛି ଏବଂ ପ୍ରଶିକ୍ଷଣ ଦିଆଯାଉଛି। ତାକୁ କୁଙ୍କି ହାତୀ ଭାବେ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।

Advertisment

ସବୁଠାରୁ ବଡ଼ କଥା ହେଲା ଏବେ ଉକ୍ତ ହାତୀ ଶାବକଟିର ନାମକରଣ କରାଯାଇଛି। ବନ ବିଭାଗ ଏହାର ନାମ ‘ଜଗା’ ରଖିଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ପ୍ରକଳ୍ପର ନିର୍ଦେଶକ ତଥା ଆର୍‌ସିସିଏଫ୍‌ ଟି ଅଶୋକ କୁମାର, ଏସ୍‌ଟିଆର୍‌ ଡାକ୍ତର ପୀୟୁଷ ସୋରେନ ଓ ଅନ୍ୟ ବନ ବିଭାଗ ଅଧିକାରୀମାନେ ହାତୀ ଶାବକଟିର ଖାଦ୍ୟ, ସ୍ବାସ୍ଥା ଓ ପ୍ରଶିକ୍ଷଣ ଉପରେ ନଜର ରଖିଥିବା ଜଣାପଡ଼ିଛି।