ଆନନ୍ଦପୁର : ଆନନ୍ଦପୁର ମ୍ୟୁନିସିପାଲିଟି ୧୪ ନମ୍ବର ୱାର୍ଡ ଘସିପୁରା ଡାହାଣିଗଡ଼ିଆରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ସ୍ଥାନୀୟ ଅଞ୍ଚଳର ବିଜୟ କୁମାର ମଲ୍ଲିକ (୫୫)। ବିଜୟ ଦୀର୍ଘଦିନ ହେବ ମାନସିକ ଭାରସାମ୍ୟ ହରାଇ ସ୍ଥାନୀୟ ଅଞ୍ଚଳରେ ବୁଲୁଥିଲେ।
ଦୁଇଦିନ ତଳେ ସେ ପୋଖରୀ ନିକଟରେ ବୁଲୁଥିବା ଲୋକେ ଦେଖିଥିଲେ। ଆଜି ଅପରାହ୍ଣ ୩ଟାବେଳେ ତାଙ୍କ ମୃତଦେହ ପୋଖୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଘସିପୁରା ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/dead-fff.jpg)