ଚଣ୍ଡିଖୋଲ: ହରିଦାସପୁର-ପାରାଦୀପ ରେଳପଥର ମାଣ୍ଡୁକା ନିକଟରୁ ଆଜି ସକାଳେ ମାଣ୍ଡୁକା ଗ୍ରାମର ସ୍ବର୍ଗତ ନାରଣ ଦାସଙ୍କ ପୁଅ ପ୍ରଦ୍ୟୁମ୍ନ(୪୦)ଙ୍କର ମୃତଦେହ ଉଦ୍ଧାର କରାଯାଇଛି। ରେଳ ଧାରଣାରେ ପ୍ରଦ୍ୟୁମ୍ନଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କ ପରିବାରକୁ ଖବର ଦେଇଥିଲେ।
ପରିବାର ଲୋକେ ମୃତଦେହ ନେଇ ଶେଷକୃତ୍ୟ କରିଥିଲେ। ପ୍ରଦ୍ୟୁମ୍ନଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/dead.jpg)