କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା କୁସୁମଖୁଣ୍ଟି ନିକଟ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ସୋମବାର ମଧ୍ୟାହ୍ନରେ କୁସୁମଖୁଣ୍ଟି ଗ୍ରାମର କିଛି ପିଲା କେନାଲରେ ଜାଲ ପକାଇ ମାଛ ମାରୁଥିଲେ। ଏହି ସମୟରେ ମାଛ ଧରା ଜାଲରୁ ଏକ ନବଜାତକ ଶିଶୁପୁତ୍ରର ମୃତଦେହ ଠାବ ହୋଇଥିଲା।
ଘଟଣା ସମ୍ପର୍କରେ ଖବରପାଇ ମୋଟେର ଫାଣ୍ଡି ଅଧିକାରୀ ଅଜୟ ନାଏକ ପହଞ୍ଚି ଅଗ୍ନିଶମ ବିଭାଗକୁ ଅବଗତ କରିଥିଲେ। କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଶିଶୁର ମୃତଦେହ ଉଦ୍ଧାର କରିଥିଲେ। ଏନେଇ ମୋଟେର ଫାଣ୍ଡି ଅଧିକାରୀ ଅଜୟ ନାଏକଙ୍କୁ ପଚାରିବାରୁ ଏକ ମାମଲା ରୁଜୁକରି କରାଯାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପ୍ରକାଶ କରିଛନ୍ତି। କେଉଁ କାରଣରୁ ନବଜାତ ଶିଶୁକୁ ଫିଙ୍ଗି ଦିଆଯାଇଛି ଅସ୍ପଷ୍ଟ ରହିଥିବା ବେଳେ ଅନୈତିକ ପ୍ରେମ ସମ୍ପର୍କ କିଂବା କୁମାରୀ ମାତୃତ୍ୱ ଲୋକଲଜ୍ଜା ଭୟରେ କେହି ଯୁବତୀ ଫିଙ୍ଗି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/23-10.jpg)