କେନାଲ୍‌ରୁ ହରିଣ ଉଦ୍ଧାର

କଳାବାଡ଼ିଆ: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ପାଣି ଓ ଖାଦ୍ୟ ଅନ୍ୱେଷଣରେ ହରିଣମାନେ ଏବେ ଗ୍ରାମାଭିମୁଖୀ ହେଲେଣି। ଆଜି ବାଙ୍ଗିରିପୋଷି ରେଞ୍ଜ ଜଗନ୍ନାଥ ଖୁଣ୍ଟା ଗ୍ରାମ ନିକଟ ସୁବର୍ଣ୍ଣରେଖା କେନାଲ୍‌କୁ ଏକ ଅଣ୍ଡିରା ହରିଣ ପାଣି ପିଇବାକୁ ଆସିଥିଲା। ଏହି ସମୟରେ ସେ କେନାଲ୍‌ରୁ ବାହାରି ନ ପାରି ପାଣିରେ ପହଁରୁଥିଲା।

ଗ୍ରାମବାସୀ ଦେଖି ବନ ବିଭାଗ ଏବଂ ଦମକଳ ବାହିନୀକୁ ଖବର ଦେଇଥିଲେ। ରେଞ୍ଜର ଲକ୍ଷ୍ମୀକାନ୍ତ ବେହେରାଙ୍କ ଉପସ୍ଥିତିରେ କେନାଲ୍‌ରୁ ହରିଣଟିକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହରିଣଟିର ବୟସ ୪ ବର୍ଷ ଏବଂ ଓଜନ ୪୦ କେଜିରୁ ଅଧିକ ହେବ ବୋଲି ରେଞ୍ଜର କହିଛନ୍ତି। ତେବେ ଚିକିତ୍ସା ପରେ ବିଦୁଭଣ୍ଡାର ଜଙ୍ଗଲରେ ହରିଣଟିକୁ ଛାଡ଼ି ଦିଆଯାଇଛି। ସୂଚନା ଥାଉକି ଏହା ପୂର୍ବରୁ ବିଶୋଇ ରେଞ୍ଜ ଅଞ୍ଚଳରୁ ୫ଟି ହରିଣ ଉଦ୍ଧାର ହୋଇଛି।

ସମ୍ବନ୍ଧିତ ଖବର