ଦଶରଥପୁର : ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ଗୋପକୂଳ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରୁ ପାଖାପାଖି ୩୫ କିଲୋଗ୍ରାମରୁ ଅଧିକ ଓଜନର ଏକ ବିରଳ ପ୍ରଜାତିର କଇଁଛକୁ ମଙ୍ଗଳପୁର ପୁଲିସ୍ ଉଦ୍ଧର କରିଛି। ଗୁରୁବାର ସନ୍ଧ୍ୟାରେ କୁଟୁରିଆ ଗ୍ରାମର ଜଣେ ଯୁବକ ବୈତରଣୀ ନଦୀରେ ପକାଇଥିବା ଜାଲରେ ଏକ ବଡ଼ କଇଁଛ ଲାଗିଥିଲା। ଏହାକୁ ଗୋପକୁଳ ଗ୍ରାମର ବେଣୁଧର ଜେନା ନେଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ପୁଲିସ ଖବର ପାଇ ମଙ୍ଗଳପୁର ଥାନାଧିକାରୀ ରିନାରାଣୀ ସାହୁ ପହଞ୍ଚି କଇଁଛଟି ଉଦ୍ଧାର କରି ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ।