ବିରଳ ପ୍ରଜାତିର ମୃତ ଡଲଫିନ ଉଦ୍ଧାର, ସଂଗ୍ରହାଳୟରେ ରହିବ କଙ୍କାଳ

ରାଜନଗର/ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ତାଇ ଥାନା ଗଙ୍ଗାରାମପୁର ପ˚ଚାୟତର ଭେଡିସାହି ଗାଁ ମୁଣ୍ତରୁ ମୃତ ଡଲଫିନ ଉଦ୍ଧାର କରାଯାଇଛି। ‘ପ୍ଲାଟାନିଷ୍ଟା ଗ୍ଲାନଜୋଟିକା’ ନାମକ ଏହି ବିରଳ ପ୍ରଜାତିର ଏହି ଡଲଫିନର କଙ୍କାଳକୁ ସ˚ରକ୍ଷଣ କରି ରଖାଯିବ। ବ୍ୟବଚ୍ଛେଦ ପରେ କଙ୍କାଳକୁ ଫର୍ମାଲିନ ଦିଆଯାଇ ରଖାଯାଇଛି। ଡିଏନ୍‌ଏ ପରୀକ୍ଷା ପାଇଁ ନମୁନା ନିଆଯାଇଛି। ଆସନ୍ତାକାଲି କଙ୍କାଳକୁ ଭିତରକନିକାର ଡାଙ୍ଗମାଳକୁ ନିଆଯିବ। ଡାଙ୍ଗମାଳଠାରେ ଥିବା ସଂଗ୍ରହାଳୟରେ ଏହା ରଖାଯିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି।

ସମ୍ବନ୍ଧିତ ଖବର