ମାର୍ଶାଘାଇ : ମାର୍ଶାଘାଇ ବଜାର ଉପକଣ୍ଠ ଜୁଣଛକରେ ଥିବା ‘କ୍ୟୁ-ବଜାରର ଉପରମହଲାର ଭଡ଼ା ଘରୁ ଟିପିସିଓଡିଏଲ୍ ଲୁଣା ସେକ୍ସନ୍ କନିଷ୍ଠ ଯନ୍ତ୍ରୀ ଆଶୁତୋଷ ସାହୁଙ୍କ ଝୁଲନ୍ତା ଶବ ପୁଲିସ ଉଦ୍ଧାର କରିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସୂଚନା ମୁତାବକ, ମୃତ ଯନ୍ତ୍ରୀ ଶ୍ରୀ ସାହୁଙ୍କ ଘର ଭୁବନେଶ୍ବର ନିଳାଦ୍ରୀ ବିହାରରେ। ତାଙ୍କ ସହ ଅନ୍ୟ ଜଣେ ଯନ୍ତ୍ରୀ ଉକ୍ତ ଭଡା ଘରେ ରହୁଥିଲେ। ସେ କୌଣସି କାମରେ ଭୁବନେଶ୍ବର ଯାଇଥିଲେ। ସେଠାରୁ ଶ୍ରୀ ସାହୁଙ୍କ ସହ ସେ ଯୋଗାଯୋଗ କରିବାକୁ ଚାହିଁବାରୁ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିଥିଲା। ଏ ନେଇ ସେ ପୁଲିସରେ ଜଣାଇଥିଲେ। ପୁଲିସ କବାଟ ଭାଙ୍ଗି ଫ୍ୟାନ୍ରେ ଶ୍ରୀ ସାହୁଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲା। ଏ ନେଇ ମୃତ ଯନ୍ତ୍ରୀ ଶ୍ରୀ ସାହୁଙ୍କ ପିତା ପ୍ରଭାତ କୁମାର ସାହୁଙ୍କ ଏତଲାକୁ ଭିତ୍ତି କରି ପୁଲିସ ଅପମୃତ୍ୟୁ ମାମଲାରୁଜୁ ତଦନ୍ତ ଜାରି ରଖି ଥିବା ମାର୍ଶାଘାଇ ଥାନା ଅଧିକାରୀ ଜ୍ୟୋତି ରଂଜନ ସାମନ୍ତରାୟ ସୂଚନା ଦେଇଛନ୍ତି।
କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର
/sambad/media/post_attachments/wp-content/uploads/2022/07/suicide-3.jpg)