ଅଧିକ ୧୦ଟି ଏନ୍ଡିଆରଏଫ୍ ଦଳ ପଠାଇବାକୁ କେନ୍ଦ୍ରକୁ ଅନୁରୋଧ
୩୦୦ ମିଲିମିଟର ଯାଏ ବର୍ଷା ଓ ୧୩ଫୁଟ ଉଚ୍ଚର ଜୁଆର ଉଠିପାରେ
ଯୋଗାଯୋଗ ବ୍ୟବସ୍ଥା, ବିଦ୍ୟୁତ୍ ଟେଲିକମ୍ରେ ସୁଧାର ପାଇଁ ଟିମ୍ ଗଠନ
ବାଲେଶ୍ବର ଓ ଭଦ୍ରକ ଯାଇ ସ୍ଥିତି ସମୀକ୍ଷା କଲେ ଏସ୍ଆର୍ସି
ଭୁବନେଶ୍ବର : ଓଡ଼ିଶା ଉପକୂଳରେ ବାତ୍ୟା ଭୀଷଣ ରୂପ ନେଇ ଛୁଇଁବା ସଂକ୍ରାନ୍ତରେ ଭାରତୀୟ ପାଣିପାଗ ବିଭାଗ ସଙ୍କେତ ଦେବାପରେ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ରବିବାର ସ୍ବତନ୍ତ୍ର ରିଲିଫ୍ କମିସନର ବାଲେଶ୍ବର ଓ ଭଦ୍ରକରେ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ପୁଲିସ, ଅଗ୍ନିଶମ, ଶକ୍ତି, ଜଳସଂପଦ, ପୂର୍ତ୍ତ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜଠାରୁ ଆରମ୍ଭ କରି ଖାଦ୍ୟ ଯୋଗାଣ ବିଭାଗର ସଚିବମାନେ ଘନ ଘନ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି। ଉପକୂଳ ଜିଲ୍ଲାର ଜିଲ୍ଲାପାଳମାନେ ପ୍ରସ୍ତୁତ ଥିବା ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି।
ବାତ୍ୟା ପ୍ରସ୍ତୁତି ସଂପର୍କରେ ରବିବାର ସନ୍ଧ୍ୟାରେ ଉନ୍ନୟନ କମିସନର ତଥା ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗତକାଲି ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବାତ୍ୟା ସଂପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ଯେ ତ୍ୱରିତ ଓ ଉପଯୁକ୍ତ ସ୍ଥାନାନ୍ତର କରାଯିବା ସହିତ କୋଭିଡ-୧୯ ନିୟମର ଅନୁପାଳନ ଓ ଶୂନ୍ୟ ଜୀବନହାନି ହେବା ଦରକାର। କେବଳ ସେତିକି ନୁହେଁ, କଚ୍ଚା, ଖପର, ଆଜବେଷ୍ଟସ୍ ଓ ତଳୁଆ ଅଞ୍ଚଳର ଲୋକମାନଙ୍କୁ ଶୀଘ୍ର ସ୍ଥାନାନ୍ତରଣ କରିବା ଉପରେ ପ୍ରାଥମିକତା ଦିଆଯିବ।
sharebazarnews.comବର୍ତ୍ତମାନ ଯାହା ସୂଚନା ସରକାରଙ୍କୁ ମିଳିଛି, ତାହାକୁ ବିଚାରକୁ ନେଲେ ବାତ୍ୟା ପବନ ସହିତ କିଛି ସ୍ଥାନରେ ୨୫୦-୩୦୦ ମି.ମି. ବୃଷ୍ଟିପାତ, ୩-୪ ମିଟର ବା ପାଖାପାଖି ୧୦ରୁ ୧୩ ଫୁଟ ଉଚ୍ଚର ଜୁଆର ଉଠିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର କୋଭିଡ୍ ନିୟମ ଅନୁପାଳନ ପୂର୍ବକ ସ୍ଥାନାନ୍ତର, ଆଶ୍ରୟସ୍ଥଳୀ ପରିଚାଳନା ଇତ୍ୟାଦି ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଛନ୍ତି। ବାତ୍ୟା ଆଶ୍ରୟସ୍ଥଳୀକୁ ସାନିଟାଇଜ୍ କରାଯାଇଛି। ବିକଳ୍ପ ବିଦ୍ୟୁତ୍ବ୍ୟବସ୍ଥା, ଶୁଖିଲା ଓ ରନ୍ଧା ଖାଦ୍ୟ ପାଇଁ ପଦକ୍ଷେପ ନିଆଯାଇଛି।
ଏସ୍ଆର୍ସି କହିଛନ୍ତି ଯେ ବାତ୍ୟା ସମୟରେ ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ୍ବ୍ୟବସ୍ଥା, ଟେଲିକମ୍ ଟାୱାରର ବ୍ୟାପକ କ୍ଷୟକ୍ଷତି ହୋଇଥାଏ। ତେଣୁ ପାନୀୟ ଜଳ ଯୋଗାଣ ପାଇଁ ଟ୍ୟାଙ୍କର ଓ ବିକଳ୍ପ ବିଦ୍ୟୁତ୍ବ୍ୟବସ୍ଥା ପାଇଁ ବି ପଦକ୍ଷେପ ନିଆଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ଏ ସଂକ୍ରାନ୍ତ ପ୍ରସ୍ତୁତି କରିଛନ୍ତି।
ବିଦ୍ୟୁତ୍ବିଭାଗ ଟିପିସିଓଡିଲ୍ ଏବଂ ଟିପିଏନ୍ଓଡିଲ୍ ସହ ବୈଠକ କରାଯାଇଥିଲା ଓ ବିଦ୍ୟୁତ୍ପାଇଁ ମାନବ ସମ୍ବଳ, ସାମଗ୍ରୀ ଓ ଯନ୍ତ୍ରପାତି ପ୍ରସ୍ତୁତି ସହ ସଜାଗ ରଖାଯାଇଛି। ଆଜି ଶକ୍ତି ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟଶାସନ ସଚିବ, ଶକ୍ତି ସଚିବ ଓ ସେ ନିଜେ ଏହାର ସମୀକ୍ଷା କରିଥିଲେ। ପାଖାପାଖି ୧୨ ହଜାର ଲୋକଙ୍କୁ ବିଦ୍ୟୁତ୍ସେବା ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରିବା ଲାଗି ବ୍ୟବସ୍ଥା ହୋଇଛି।
ସେହିଭଳି ଟେଲିକମ୍ ଟାୱାର କ୍ଷତିର ପୁନରୁଦ୍ଧାର ପାଇଁ ସଂସ୍ଥାମାନେ ଯାନ, ଅତିରିକ୍ତ ଜେନେରେଟର ସେଟ୍, ଇନ୍ଧନ ଓ ଯନ୍ତ୍ରପାତି ସହ ପ୍ରସ୍ତୁତ ରହିଛନ୍ତି। ବାତ୍ୟାରେ ଯଦି ନେଟ୍ଵର୍କ ବାଧାପ୍ରାପ୍ତ ହୁଏ, ତେବେ ଅନ୍ୟ ନେଟଵର୍କ ଜରିଆରେ ଯୋଗାଯୋଗ ବ୍ୟବସ୍ଥା ତୁରନ୍ତ ସ୍ବାଭାବିକ କରିବା ଲାଗି ଠୋସ୍ ପଦକ୍ଷେପ ନିଆଯାଉଛି।
ଶ୍ରୀ ଜେନା କହିଛନ୍ତି, ସେ ଗତକାଲି କେନ୍ଦ୍ରାପଡା ଏବଂ ଆଜି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଗସ୍ତ କରି ସମ୍ଭାବ୍ୟ ବାତ୍ୟା ମୁକାବିଲା ନିମନ୍ତେ କରାଯାଇଥିବା ପ୍ରାକ୍-ପ୍ରସ୍ତୁତି ସଂପର୍କରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଅନ୍ୟ ଜିଲ୍ଲା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ଆଶ୍ରୟସ୍ଥଳୀ ସହ ଅନ୍ୟ ପକ୍କା ଘରକୁ ଚିହ୍ନଟ କରାଯାଇ ଯଥେଷ୍ଟ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି। ଏଥିରେ ଶୁଖିଲା ଖାଦ୍ୟ, ପାନୀୟ ଜଳ, ପରିମଳ ଓ ମାସ୍କ ବ୍ୟବସ୍ଥା ରହିଛି । ଶିଶୁମାନଙ୍କ ପାଇଁ ବିସ୍କୁଟ, ଛତୁଆ ଇତ୍ୟାଦିର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। କୋଭିଡ୍ ନିୟମମାନି ଆଶ୍ରୟସ୍ଥଳୀରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ନିମନ୍ତେ ଗୁରୁତ୍ୱ ଦେବାକୁ କୁହାଯାଇଛି।
/sambad/media/post_attachments/wp-content/uploads/2021/05/subhakanta-2.jpg)
ବାତ୍ୟାର ସୂଚନା ମିଳିବା ମାତ୍ରେ ସ୍ଥାନାନ୍ତର କାର୍ଯ୍ୟ ପାଇଁ ଟିମ୍ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି । ବିଶେଷ କରି କଚ୍ଚା ଘର, ଆଜବେଷ୍ଟସ୍, ନଡା ଛପର, ଖପର, ତଳୁଆ ଅଞ୍ଚଳ ଓ ସମୁଦ୍ର ପାଣି ପଶିଯାଉଥିବା ଘରର ଲୋକଙ୍କ ସ୍ଥାନାନ୍ତର ଉପରେ ଗୁରୁତ୍ୱ ଦିଆଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟାର ସୂଚନା ମିଳିବା ମାତ୍ରେ ଲୋକମାନେ ଆଶ୍ରୟସ୍ଥଳକୁ ଶୀଘ୍ର ଆସିବା କୁହାଯାଇଛି। ସେହିଭଳି ଆଶ୍ରୟସ୍ଥଳୀରେ ମାସ୍କ ବଣ୍ଟନ ସହ ରାପିଡ୍ ରେସପନ୍ସ ଟିମ୍ ମାଧ୍ୟମରେ ସେମାନଙ୍କର ପ୍ରାରମ୍ଭିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଆମ୍ବ, ନଡିଆ ଆଦି ଗୋଟାଇବା ପାଇଁ ଘରୁ ବାହାରି ବିପଦ ବରଣ ନକରିବାକୁ ସରକାର ସମସ୍ତଙ୍କୁ ସତର୍କ କରିଦେଇଛନ୍ତି। ପବନ ସମୟରେ ଏଣେତେଣେ ବୁଲିଲେ ହୋଡିଂ, ଗଛ, ଟାୱାର, ଗୃହ ଭଗ୍ନାଂଶ ଆଦି ଦ୍ୱାରା ଆଘାତ ହେବାର ସମ୍ଭାବନା ଥିବାରୁ କେହି ଘରୁ ନ ବାହାରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।
ଇତିମଧ୍ୟରେ ଏନଡିଆରଏଫ୍ର ୨୨ଟି ଟିମ୍, ଓଡ୍ରାଫ୍ର ପ୍ରାୟ ୫୦ ଗୋଟି ଦଳ ଏବଂ ଅଗ୍ନିଶମ ବାହିନୀର ୧୭୫ ଟିମ୍କୁ ମୁତୟନ ପାଇଁ ଯୋଜନା କରାଯାଇଛି। ବନ ବିଭାଗ ପକ୍ଷରୁ ୩୫ ଗୋଟି ଗଛ କଟାଳି ଦଳଙ୍କୁ ପ୍ରସ୍ତୁତ କରି ରଖାଯାଇଛି। ଆଉ ଅଧିକ ୧୦ ଗୋଟି ଏନ୍ଡିଆରଏଫ୍ ଦଳ ପଠାଇବାକୁ ଅନୁରୋଧ କରାଯାଇଛି।ଏହା ସହିତ ପୂର୍ତ୍ତ, ଜଳସଂପଦ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତାର ଯୋଗାଯୋଗ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କର୍ମଚାରୀଙ୍କୁ ପ୍ରସ୍ତୁତ କରି ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/SRC.jpg)