ଧମା: ତବଲୋଇ ଦେଓଗାଁ ସଂରିକ୍ଷିତ ଜଙ୍ଗଲରୁ ବାଟବଣା ଜନବସତି ଆଡ଼କୁ ଚାଲିଆସିଥିବା ଏକ ହରିଣ ଛୁଆକୁ ଧମା ଗଏନ୍‌ପୁରା ବକ୍ସି ଢାବା ନିକଟରୁ ଉଦ୍ଧାର ହୋଇଛି। ଶୁକ୍ରବାର ସନ୍ଧ୍ୟା ବେଳେ କିଛି ବୁଲା କୁକୁର ହରିଣ ଛୁଆକୁ ଗୋଡ଼ାଉଥିବା ଦେଖି ଢାବା କର୍ମଚାରୀମାନେ ହରିଣକୁ କୁକୁରଙ୍କଠାରୁ ଉଦ୍ଧାର କରି ଧମା ବନ ବିଭାଗ ରେଞ୍ଜରଙ୍କୁ ଖବର ଦେଇଥିଲେ।

Advertisment

ବନ ବିଭାଗ କର୍ମାରୀମାନେ ହରିଣ ଛୁଆକୁ ନେଇ ପରୀକ୍ଷା ନିରୀକ୍ଷା କରିଥିଲେ। ହରିଣର କୌଣସି ସ୍ଥାନରେ କ୍ଷତବିକ୍ଷତ ହୋଇନାହିଁ ଏବଂ ଏହା ଏକ ଦେଢ଼ ବର୍ଷର ଅଣ୍ଡିରା ହରିଣ ଛୁଆ। ହରିଣଟି ସୁସ୍ଥ ଥିବାରୁ ଡିଏଫ୍ଓଙ୍କ ନିର୍ଦ୍ଦେଶ କ୍ରମେ ତାକୁ ପୁଣି ସେହି ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଥିବା ଧମା ରେଞ୍ଜର ପୂର୍ଣ୍ଣଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।