ଜଙ୍ଗଲରୁ ଭାଲୁଛୁଆ ଉଦ୍ଧାର

କାଳିଆପାଣି: ସୁକିନ୍ଦା ରେଞ୍ଜ ପକ୍ଷରୁ ଓଳିଆ ପଞ୍ଚାୟତ ଶୁକରଣ ଗାଁ ପାଖ ସୁନାଝରି ପାହାଡ଼ ପାର୍ଶ୍ବ ଜଙ୍ଗଲରୁ ମାସକର ଏକ ଅଣ୍ଡିରା ଭାଲୁଛୁଆ ଉଦ୍ଧାର କରାଯାଇଛି। ଏକ ମାଆ ଭାଲୁ ୨ ଛୁଆଙ୍କୁ ଧରି ଜଙ୍ଗଲ ପାଖ ଜଳାଶୟକୁ ପାଣି ପିଇବାକୁ ଆସିଥିବା ସମୟରେ ଗୋଟିଏ ଛୁଆ କୌଣସି କାରଣରୁ ରହିଯାଇଥିଲା।

ଠିକା ବନ କର୍ମଚାରୀ ‌‌ଶେଷଦେବ ପ୍ରଧାନ ଓ ଗ୍ରାମବାସୀ ମାଧବ ବାରିକ ଭାଲୁଛୁଆକୁ ଉଦ୍ଧାର କରିଥିଲେ। ସୁକିନ୍ଦା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସୁସ୍ଥ ଥିଲେ ବି ଏହାକୁ କିଛିଦିନ ସୁଷମ ଖାଦ୍ୟ ଦିଆଯାଇ ସ୍ବତନ୍ତ୍ର ନିରୀକ୍ଷଣରେ ରଖାଯିବ। ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପରାମର୍ଶରେ ଜଙ୍ଗଲ କିମ୍ବା ଚିଡ଼ିଆଖାନାରେ ଛଡ଼ାଯିବ ବୋଲି ରେଞ୍ଜର ବିପିନ ବିହାରୀ ରାଉତରାୟ କହିଛନ୍ତି।

ସମ୍ବନ୍ଧିତ ଖବର