ପାଟଣାଗଡ଼: ପାଟଣାଗଡ଼ ବ୍ଲକ୍‌ ମରୁଆଁ ଗ୍ରାମରୁ ଗୁରୁବାର ବିଳାସିନୀ ବନଗୁଲା ନାମ୍ନୀ ଜଣେ ନବବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହା ଏକ ଯୌତୁକଜନିତ ହତ୍ୟାକାଣ୍ଡ ବୋଲି ମୃତ ବିଳାସିନୀଙ୍କ ବାପା ଅଭିଯୋଗ କରିଥିଲେ। ଏହି ମାମଲାରେ ଶୁକ୍ରବାର ମୃତ ବିଳାସିନୀଙ୍କ ସ୍ବାମୀ ନରେନ୍ଦ୍ର ‌ବନଗୁଲା ଜେଲ୍‌ ଯାଇଛନ୍ତି।

Advertisment

ସୂଚନା ଅନୁସାରେ, ପୁଲିସ ଅଭିଯୋଗ ପାଇବା ପରେ ଗୁରୁବାର ନରେନ୍ଦ୍ରଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ଶୁକ୍ରବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।