ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ କଣ୍ତରାପୋଶି ପଞ୍ଚାୟତ ସିଲିସୁଆଁ ଗ୍ରାମର ତନୟ ନାୟକଙ୍କ ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହକୁ ପଳାଶପଙ୍ଗା ବିଟ୍ ପୁଲିସ ଜବତ କରିଛି। ମୃତକ ଜଣଙ୍କ ସିଲିସୁଆଁ ଗ୍ରାମର ରବି ମାଝୀ(୬୫)। ସେ ୪ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳି ନଥିଲା।
ଆଜି ତନୟଙ୍କ ପୋଖରୀରେ ରବିଙ୍କ ମୃତଦେହ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ପଳାଶପଙ୍ଗା ବିଟ୍ ଅଧିକାରୀ ଭୋଳେଶ୍ବର ନାଏକ ଶବ ଜବତ କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ବ୍ୟବଚ୍ଛେଦ ପରେ ପରିବାର ହସ୍ତାନ୍ତର କରିଛି। ଏନେଇ କେସ ନଂ ୬୫/୨୨ ଏକ ଅପମୃତ୍ୟୁ ମାମାଲା ରୁଜୁ କରି ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/dead-body.jpg)