କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ପରିବାର

ଯୁଯୁମୁରା: ଯୁଯୁମୁରା ଥାନା ଥାପାପଡ଼ା କେନାଲ ନିକଟରୁ ରବିବାର ଲିପିଣ୍ଡା ଗ୍ରାମର ଶଙ୍କର ପ୍ରଧାନ (୩୪)ଙ୍କ ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକ ଏ ନେଇ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଶଙ୍କର ଘରୁ ବାହାରିଥିଲେ। ସେ ଆଉ  ରାତିରେ ଘରକୁ ଫେରି ନଥିଲେ। ପରିବାର ଲୋକ ଖୋଜାଖୋଜି କରି ନିରାଶ ହେବା ପରେ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ରବିବାର ସକାଳେ ସ୍ଥାନୀୟ ଲୋକେ ମୃତଦେହ ପଡ଼ଥିବାର ଦେଖି ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ।  ଘଟଣାସ୍ଥଳରେ ଯୁଯୁମୁରା ପୁଲିସ ସାଇଣ୍ଟିଫିକ ଟିମ୍, ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ। ମୃତକଙ୍କ ପରିବାର ଲୋକେ ଏନେଇ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ମୃତଦେହକୁ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାାଇଥିଲା। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହା ହତ୍ୟା ନା ଆଉ କିଛି ସେନେଇ ଆଲୋଚନା ହେଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ନିଖୋଜ ନେଇ ଶନିବାର ପରିବାର ଲୋକ ଥାନାରେ ଅଭିଯୋଗ କହିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଯୁଯୁମୁରାର ମୃତ୍ୟୁଞ୍ଜୟ ବାଙ୍କ ତାଙ୍କୁ କୌଣସି କାମ ପାଇଁ ଡାକିଥିଲା। ତେବେ ସେହିଦିନ ରାତି ୯. ୩୦ମି. ଯୁଯୁମୁରା ରାସ୍ତାରେ ଲୋକେ ଦେଖିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର