ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ସେକ୍ସନ ଇଜରୁପା ଗ୍ରାମ ନିକଟ ଜମିରୁ ଏକ ଭାଲୁର ମୃତ ଦେହ ଉଦ୍ଧାର କରିଛି ବିଶ୍ବନାଥପୁର ବନବିଭାଗ। ବନବିଭାଗ ସୂଚନାନୁସାରେ ଆଜି ସକାଳେ ବିଶ୍ବନାଥପୁର ବନବିଭାଗ ଅନ୍ତର୍ଗତ ଇଜରୁପା ଗ୍ରାମ ନିକଟ ଏକ ଜମିରେ ଭାଲୁର ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀ ବିଶ୍ବନାଥପୁର ବନବିଭାଗକୁ ଖବର ଦେଇଥିଲେ।

Advertisment

ଖବର ପାଇ ବନବିଭାଗ କର୍ମଚାରୀ ଦେବରାଜ ସୁନାନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ବର୍ତ୍ତମାନ କିଛି ଦିନ ହେଲା ହାତୀ ଉପଦ୍ରବ ଯୋଗୁଁ ସଂଧ୍ୟା ହେଲେ ଲୋକେ ଭୟଭୀତ ହୋଇପଡ଼ୁଥିବା ବେଳେ ଭାଲୁର ମୃତ୍ୟୁକୁ ନେଇ ମଧ୍ୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।