ଯୋଡ଼ା: ବାମେବାରୀ ଥାନା ଜରିବାହାଲ ରାସ୍ତାର ୧୦ ଫୁଟ ତଳୁ ପୁଲିସ ଜଣେ ବାଇକ୍ ଆରୋହୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଗଣୁଆ ଗ୍ରାମର କଲା ମୁଣ୍ଡା (୨୫)। ପୁଲିସ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟାବେଳେ କଲା ବାଇକ୍ରେ ନିଜ ଗ୍ରାମକୁ ଯିବା ସମୟରେ ରାସ୍ତାକଡ଼କୁ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତଦେହକୁ ଆଜି ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ବାମେବାରୀ ଥାନାରେ ନମ୍ବର ୨୨୦/୨୨ରେ ଏକ ମାମଲା ରୁଜୁ ହୋଇଛି।