ବ୍ରାହ୍ମଣୀ ନଦୀରୁ ନିଖୋଜ ମହିଳାଙ୍କ ଶବ ଉଦ୍ଧାର

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରୁ ଆଜି ଜଣେ ନିଖୋଜ ମହିଳାଙ୍କ ଶବ ଉଦ୍ଧାର କରିଛି ପୁଲିସ। ମୃତ ମହିଳା ଜଣକ ହେଲେ ସିଙ୍ଗୁରି ଗ୍ରାମର ସୁରେଶ ପେଣ୍ଠେଇଙ୍କ ସ୍ତ୍ରୀ ସୁଶୀଳା ପେଣ୍ଠେଇ।

ମିଳିଥିବା ସୂଚନା ଅନୁଯାୟୀ ଗତ ବୁଧବାର ସୁଶୀଳା ନଦୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି କୌଣସି ସନ୍ଧାନ ନ ପାଇବାରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଜଗନ୍ନାଥପୁର ଗ୍ରାମ ନିକଟରେ ନଦୀରେ ଏକ ମୃତଦେହ ଭାସୁଥିବା ସୂଚନା ପାଇ ସୁଶୀଳାଙ୍କ ପରିବାର ଲୋକ ଘଟଣା ସ୍ଥଳକୁ ଯାଇ ଚିହ୍ନଟ କରିଥିଲେ। ପରେ ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର