ପରିତ୍ୟକ୍ତ କୂଅରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ରାଇରଙ୍ଗପୁର/ବାଦାମପାହାଡ଼: ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଧୀନ ମଝିଗାଁ ଗ୍ରାମର ତ୍ରିଲୋଚନ କାରୁଆଙ୍କ ଝିଅ ମାଳତୀ କାରୁଆ(୩୦) ଗତକାଲି ସନ୍ଧ୍ୟାରେ ଘରୁ ବାହାରି କେଉଁଆଡ଼େ ଚାଲିଯାଇଥିଲେ। ସେ ଘରକୁ ନଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ହେଲେ ମାଳତୀଙ୍କୁ ପାଇ ନଥିଲେ। ତେବେ ଆଜି ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅରେ ମାଳତୀଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ବାଦାମପାହାଡ଼ ପୁଲିସ ଏବଂ ବାରିପଦା ସାଇଣ୍ଟିଫିକ୍‌ ଟିମ୍‌ ସନ୍ଧାନୀ କୁକୁର ସହ ପହଞ୍ଚି ତଦନ୍ତ କରିଥିଲେ।

ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି। ଏନେଇ ଥାନାରେ ୪/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ମାଳତୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି; ସେନେଇ ତଦନ୍ତ ହେଉଛି ବୋଲି ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ଦିଲ୍ଲୀପ କୁମାର ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର