ଯାଜପୁରସଦର : ଉତ୍କଳ ଏକ ପ୍ରାଚୀନ ନଗର ଥିଲା। ଏହି ପ୍ରାଚୀନ ନଗରର ଧ୍ବଂସାବଶେଷ ଏବେ ବି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ। ଅନେକ କିମ୍ବଦନ୍ତୀ ବିଜଡିତ ଏହି ନଗରରେ ଏବେ ମାଟିତଳୁ କିମ୍ବା ନଦୀ ଭିତରୁ ଅନେକ ମୂର୍ତ୍ତି ମିଳିବାରେ ଲାଗିଛି। ସେହି ପରିପ୍ରେକ୍ଷୀରେ ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ନିକଟରୁ ଆଜି ଏକ ମୂର୍ତ୍ତି ଉଦ୍ଧାର କରାଯାଇଛି।
ଅପରାହ୍ଣରେ ବାଲି ଖନନ ସମୟରେ ଏହି ବିରଳ ଶନି ମୂର୍ତ୍ତି ଉଦ୍ଧାର ହୋଇଥିଲା। ନଦୀରୁ ବାରମ୍ବାର ଅନେକ ମୂର୍ତ୍ତି ଉଦ୍ଧାର ହେଉଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ପାଇଁ ପ୍ରଶାସନ ନିରବ ରହିଛି।