ପାଇକମାଳ: ପାଇକମାଳ ଥାନା ଭେଙ୍ଗରାଜପୁର ପଞ୍ଚାୟତ ମଲଦା ଗ୍ରାମର ନାରାୟଣ ବରିହାଙ୍କ ଶଳା ରାଜୁ ବରିହାଙ୍କ ସ୍କୁଟି (ଓଡି୧୭-ପି-୩୪୯୬) ଗତ ୧୬ ତାରିଖ ଦିନ ମଲଦା ଛକରୁ ଚୋରି ହୋଇଥିଲା।
ଏନେଇ ସେ ପାଇକମାଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ କେସ ନମ୍ବର ୧୫୫/୨୨ ଦଫା ୩୭୯ରେ ଏକ ମାମଲା ରୁଜୁ କରି ସମ୍ବଲପୁର ଜିଲ୍ଲା ଜମନକିରା ତଲାବିରାରୁ ପିଣ୍ଟୁ ଦୀପ(୨୭)କୁ ଗିରଫ କରିବା ସହ ସ୍କୁଟିକୁ ଉଦ୍ଧାର କରିଛି। ବୁଧବାର ପୁଲିସ୍ ଅଭିଯୁକ୍ତ ପିଣ୍ଟୁକୁ ପଦ୍ମପୁର କୋର୍ଟକୁ ପଠାଇଛି। ପୂର୍ବରୁ ପିଣ୍ଟୁ ଚୋରି ମାମଲାରେ କୁତୁରା ଏବଂ ଶାସନ ଥାନାରୁ ଗିରଫ ହୋଇଥିଲା ବୋଲି ପାଇକମାଳ ଥାନା ଆଇଆଇସି ବିଶ୍ବଜିତ୍ ମନବୋଧ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/arrest.jpg)