ବାରିପଦା: ଗୁରୁବାର ସକାଳ ପ୍ରାୟ ୯: ୩୦ ସମୟରେ ବାରିପଦା ବନଖଣ୍ଡ କାର୍ଯ୍ୟାଳୟରେ ଗୋଟାଏ ବଜ୍ରକାପ୍ତା ଛୁଆ ଜନ୍ମ କରିଛି।
ଉକ୍ତ ବଜ୍ରକାପ୍ତାଟି ଅକ୍ଟୋବର ୨୯ ତାରିଖ ଦିନ ବନ କର୍ମଚାରୀମାନେ ଉଦ୍ଧାର କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ଚାରିଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

Advertisment

publive-image

କେଉଁଠି ଛଡ଼ାଯିବ ବୋଲି ଠିକ୍‌ କରାଯାଇ ନ ଥିବାରୁ ଜନ୍ତୁଟିକୁ ବନଖଣ୍ଡ କାର୍ଯ୍ୟାଳୟରେ ରଖାଯାଇଥିଲା। ବାରିପଦା ବନଖଣ୍ଡ କାର୍ଯ୍ୟାଳୟରେ ଉଦ୍ଧାର କରାଯାଇଥିବା କୌଣସି ପ୍ରାଣୀ ଛୁଆ ଦେବାରେ ଏହା ହେଉଛି ପ୍ରଥମ ଘଟଣା। ଏଥିରେ ବନକର୍ମଚାରୀମାନେ ଖୁବ୍‌ ଆନନ୍ଦିତ ହୋଇଛନ୍ତି।
ଉଭୟ ମାଆ ଓ ଛୁଆ ବଜ୍ରକାପ୍ତା ସୁସ୍ଥ ଅଛନ୍ତି।