ଭୁବନେଶ୍ବର : ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥା(ଆଇଆଇଟି)ର ଗବେଷଣା ଓ ବିକାଶ ମେଳାର ଆୟୋଜନ ପାଇଁ ଗଠିତ ଆଇଆଇଟି ସଞ୍ଚାଳନ ସମିତି ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କରିଛନ୍ତି ଯେ ଦେଶର ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତି ଅବସରରେ ଆୟୋଜିତ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅଧୀନରେ ଦେଶର ସମସ୍ତ ୨୩ଟି ଆଇଆଇଟି ଆସନ୍ତା ନଭେମ୍ବର ଦ୍ୱିତୀୟ ସପ୍ତାହରେ ‘ଗବେଷଣା ଓ ବିକାଶ ମେଳା’ର ଆୟୋଜନ କରିବେ। ଏହି ମେଳା ଭାରତର ଶିଳ୍ପ ମଧ୍ୟରେ ଆଇଆଇଟିର କ୍ଷମତା ଓ ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ଉପରେ ସଚେତନତା କରିବ।
ଶ୍ରୀ ପ୍ରଧାନ କହିଛନ୍ତି, ଗବେଷଣା ଓ ବିକାଶ ମେଳା ଜାତୀୟ ଶିକ୍ଷା ନୀତିରେ ଥିବା ପରିକଳ୍ପିତ ଅତ୍ୟାଧୁନିକ ଗବେଷଣା ପାଇଁ ଅନୁକୂଳ ବାତାବରଣ ତିଆରି କରିବ। ଭାରତରେ ଶିଳ୍ପ ସଂସ୍ଥାଙ୍କ ସହ ମିଳିତ ଭାବେ ୨୩ଟି ଆଇଆଇଟିର ଏହି ପଦକ୍ଷେପ ଦ୍ୱାରା ଦେଶ ଓ ବିଶ୍ୱ ବଜାର ପାଇଁ ନବସୃଜନ ବିକଶିତ କରିବା ସହ ଜୀବନଶୈଳୀକୁ ସୁଗମ କରିବାରେ ସହାୟକ ହେବ। ଏହା ବ୍ୟତୀତ ଉଭା ହେଉଥିବା ଟେକ୍ନୋଲୋଜି ଓ ଗବେଷଣା ପାଇଁ ଆଲୁମିନି ଏବଂ ଶିଳ୍ପ ସଂସ୍ଥାଙ୍କ ଦ୍ୱାରା କରାଯାଉଥିବା ନିବେଶକୁ ମଧ୍ୟ ସାହାଯ୍ୟ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/dharmendra-pradhan-a.jpg)