ଓଡ଼ିଶାରେ ଗବେଷଣା ଓ ଶିକ୍ଷା ଭିତ୍ତିଭୂମିକୁ ମଜବୁତ୍‌ କରିବା ନେଇ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବସାଙ୍କ ସହ ସାକ୍ଷାତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,  ବିଶ୍ୱବିଦ୍ୟାଳୟର ଉନ୍ନତି ଏବଂ ରାଷ୍ଟ୍ରୀୟ ଶିକ୍ଷା ନୀତି ଜରିଆରେ ଓଡ଼ିଶାକୁ ଏକବିଂଶ ଶତାବ୍ଦୀରେ ଶିକ୍ଷା ଅର୍ଥନୀତିରେ ପରିଣତ କରିବା ପାଇଁ ଥିବା ଭାରତ ସରକାରଙ୍କ ପ୍ରୟାସ ଉପରେ ଆଲୋଚନା ହୋଇଛି। ଶ୍ରୀ ପ୍ରଧାନ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀଙ୍କ ସହ ସାକ୍ଷାତ୍‌ କରି ଓଡ଼ିଶାରେ ଗବେଷଣା ଓ ଶିକ୍ଷା ଭିତ୍ତିଭୂମିକୁ ମଜବୁତ୍‌ କରିବା ସହ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସମ୍ବଦ୍ଧରେ ଆଲୋଚନା କରିଛନ୍ତି।

ସେହିପରି କେନ୍ଦ୍ରମନ୍ତ୍ରୀ ରାଜ୍ୟର ଜଣାଶୁଣା ସାହିତ୍ୟିକଙ୍କୁ ମଧ୍ୟ ଭେଟିଛନ୍ତି।  ବିଶିଷ୍ଟ ଲେଖିକା ତଥା ଓଡ଼ିଆ ସାହିତ୍ୟ ଏବଂ ଓଡ଼ିଶାର ସମ୍ପନ୍ନତାକୁ ରୁଦ୍ଧିମନ୍ତ କରୁଥିବା ପଦ୍ମଶ୍ରୀ ପ୍ରତିଭା ରାୟଙ୍କୁ ଭେଟିଛନ୍ତି। ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ହରପ୍ରସାଦ ଦାସଙ୍କ ସହ ସାକ୍ଷାତ ହେବା ଅବସରରେ ସେ ତାଙ୍କ ଦ୍ୱାରା ଓଡ଼ିଆ ଜାତିର ଇତିହାସ ଉପରେ ଲିଖିତ ଅନ୍ତିମ ଖଣ୍ଡ ‘ଓଡ଼ିଆ ଜାତିର ଜୀବନଗାଥା’ ମୋତେ ପ୍ରଦାନ କଲେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।  ପୂର୍ବରୁ  ତାଙ୍କର ‘ଓଡ଼ିଆ ଜାତିର ଜୀବନକଥା’ ଏବଂ ‘ଓଡ଼ିଆ ଜାତିର ଜୀବନଚିନ୍ତା’ ପୁସ୍ତକ ଆଦୃତ ହୋଇପାରିଛି।

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଅବସରରେ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟଙ୍କୁ ଭେଟିଛନ୍ତି। ମହିଳା ମୋର୍ଚ୍ଚାର ଭଉଣୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ରାଖୀ ବାନ୍ଧିଛନ୍ତି। ସମସ୍ତଙ୍କୁ ଏହି ପବିତ୍ର ଦିବସର ଶୁଭେଚ୍ଛା। ମହାପ୍ରଭୁଙ୍କ କୃପାରୁ ଆପଣମାନେ ସଦାବେଳେ ଖୁସିରେ ରୁହନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଅନ୍ୟ ଏକ ଟୁଇଟରେ କହିଛନ୍ତି।  ସେହିପରି କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ଏମ୍‌ସ ହସ୍ପିଟାଲରେ ଚିକିତ୍ସାଧୀନ ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ସମ୍ବନ୍ଧରେ ବୁଝିବା ସହ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ୱାାସ୍ଥ୍ୟକର୍ମୀଙ୍କ ସହ କଥା ହୋଇଛନ୍ତି।

ସମ୍ବନ୍ଧିତ ଖବର