ଆଇନ ବିଭାଗର ମତାମତ ପରେ ଭିନ୍ନକ୍ଷମଙ୍କ ପଦୋନ୍ନତିରେ ସଂରକ୍ଷଣ ନିଷ୍ପତ୍ତି

ଭୁବନେଶ୍ବର : ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ କେନ୍ଦ୍ର ସରକାର ୨୦୨୨ ମସିହା ମେ’ ୧୭ତାରିଖରେ ବେଞ୍ଚମାର୍କ ଭିନ୍ନକ୍ଷମ ସରକାରୀ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପଦବି ଓ ସେବାରେ ପଦୋନ୍ନତିରେ ସଂରକ୍ଷଣ ପ୍ରଦାନ ସମ୍ବନ୍ଧରେ ଆଦେଶ ଜାରି ରଖିଛନ୍ତି। ଭିନ୍ନକ୍ଷମମାନଙ୍କ ପାଇଁ ପଦୋନ୍ନତିରେ ସଂରକ୍ଷଣ ପ୍ରଦାନ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ମତାମତ ମିଳିଛି। ଆଇନ ବିଭାଗର ମତାମତ ପାଇବା ପରେ ଏ ନେଇ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା।

ସମ୍ବନ୍ଧିତ ଖବର