ଆଇପିଏସ୍ ସ୍ତରରେ ଅଦଳବଦଳ: ସୁଧାଂଶୁ ଷଡ଼ଙ୍ଗୀ ହେଲେ ରେଳବାଇ ଓ ଉପକୂଳ ସୁରକ୍ଷା ବିଭାଗର ଅତିରିକ୍ତ ଡିଜି

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ୧୯୮୮ ବ୍ୟାଚ୍ ଆଇପିଏସ୍ ବିନୟାନନ୍ଦ ଝାଙ୍କୁ ଆଜି ଗୃହ ବିଭାଗର ଓଏସଡି ଭାବେ ବଦଳି କରଯାଇଛି। ଗୃହ ବିଭାଗର ଓଏସଡି ଦାୟିତ୍ୱରେ ଥିବା ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରେଳବାଇ ଓ ଉପକୂଳ ସୁରକ୍ଷା ବିଭାଗର ଅତିରିକ୍ତ ଡିଜି ଭାବେ ନିଯୁକ୍ତି ଦିଆଯାଇଛି।
ସଂପ୍ରତି ରେଳବାଇ ଓ ଉପକୂଳ ସୁରକ୍ଷା ଏଡିଜି ଭାବେ କାର୍ଯ୍ୟ ୧୯୮୯ ବ୍ୟାଚ୍ ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଓଡ଼ିଶା ମାନବାଧିକାର କମିଶନ ଅତିରିକ୍ତ ଡିଜି(ଏଡିଜି) ଭାବେ ବଦଳି କରାଯାଇଛି।
ଅପରପକ୍ଷରେ ୨୦୦୩ ବ୍ୟାଚ୍ ଆଇପିଏସ୍ କେ. ସଫିନ୍ ଅହମ୍ମଦଙ୍କୁ ଅଗ୍ନିଶମ ସେବା ଓ ହୋମଗାର୍ଡ ଆଇଜି ଭାବେ ବଦଳି କରାଯାଇଛି । ସଫିନ୍ ସଂପ୍ରତି ଟେକନିକାଲ ଆଇଜି ଭାବେ ଅବସ୍ଥାପିତ ଅଛନ୍ତି । ଏଣେ୨୦୧୩ ବ୍ୟାଚ୍ ଆଇପିଏସ୍ ତଥା କ୍ରାଇମବ୍ରାଞ୍ଚ ଏସପି ଏଲ୍‌. ଦିବ୍ୟା ଭିଙ୍କୁ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବେ ବଦଳି କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର