ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା ଓ ଓଡ଼ିଶା ପ୍ରଶାସନିକ ସେବା ସ୍ତରରେ ଶନିବାର ବଡ଼ ଧରଣର ଅଦଳବଦଳ ହୋଇଛି। ବରିଷ୍ଠ ଆଇଏଏସ୍‌ ଦେବେନ୍ଦ୍ର ମହାପାତ୍ରଙ୍କୁ ଅବକାରୀ କମିସନର ଭାବରେ ନିଯୁକ୍ତି କରାଯାଇଛି। ପଶୁଧନ ଓ ଭେଟେରନାରୀ ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ଦାଶଙ୍କୁ ପଞ୍ଚାୟତରାଜ ବିଭାଗରେ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ମିଳିଛି। ସେହିପରି ଲୋକସମ୍ପର୍କ ବିଭାଗର ବରିଷ୍ଠ ଆଇଏଏସ୍‌ ହେମନ୍ତ କୁମାର ପାଢ଼ୀଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ନୂତନ ଦାୟିତ୍ୱ ମିଳିଛି। ଗୃହ ବିଭାଗର ଅତିରିକ୍ତ ସଚିବ ମନୀଷ ଅଗ୍ରଓ୍ଵାଲଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ନିଯୁକ୍ତି ମିଳିଥିବା ବେଳେ ପଞ୍ଚାୟତରାଜ ବିଭାଗର ଯୁଗ୍ମ ସଚିବ ଏସ୍‌ଆର ରାଉତଙ୍କୁ କଟକସ୍ଥିତ ଶିଳ୍ପ ବିଭାଗରେ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ମିଳିଛି।

Advertisment

ସେହିପରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରତ୍ନାକର ରାଉତଙ୍କୁ କଟକ ଓଏସ୍‌ଆଇସିରେ ନିଯୁକ୍ତି ମିଳିଥିବା ବେଳେ ସଂସ୍କୃତି ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦରେ ନିଯୁକ୍ତି ମିଳିଛି। ମତ୍ସ ବିଭାଗର ନିର୍ଦ୍ଦେଶକ ବିକେ ଉପାଧ୍ୟାୟଙ୍କୁ ଜଳ ସମ୍ବଳ ବିଭାଗରେ ଯୁଗ୍ମ ସଚିବ, ମାନଷୀ ନିମ୍ଭାଲଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପ-ଜିଲ୍ଳାପାଳ ଚଞ୍ଚଳ ରଣା କ୍ରିଡ଼ା ଓ ଯୁବ ସେବା ବିଭାଗରେ, ମିଶନ ଶକ୍ତି ବିଭାଗର ଚିତ୍ରା ଆରୁମୁଗମଙ୍କୁ ଜଳ ସମ୍ବଳ ବିଭାଗର ସ୍ୱତନ୍ତ୍ର ସଚିବ(ଅତିରିକ୍ତ ସଚିବ), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ବିଜୟ କୁମାର ନାୟକଙ୍କୁ ଓପେପାରେ, ଓପେପାର ମହେନ୍ଦ୍ର କୁମାର ମଲ୍ଲିକଙ୍କୁ ପଶୁଧନ ଓ ଭେଟେରନାରୀ ବିଭାଗରେ ଓ ଉଦ୍ୟାନ ବିଭାଗର ଏମ୍‌ ମୁଥୁକୁମାରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଅତିରିକ୍ତ ଦାୟିତ୍ୱ ମିଳିଛି।

ଓଡ଼ିଶା ପ୍ରଶାସନିକ ସେବା ସ୍ତରର ମାର୍କଫ୍ୟାଡ଼ ନିର୍ଦ୍ଦେଶକ ବିରଞ୍ଚି ନାରାୟଣ ମହାନ୍ତିଙ୍କୁ କୋ-ଅପରେସନ ବିଭାଗରେ ଅତିରିକ୍ତ ସଚିବ ଭାବରେ ନିଯୁକ୍ତି ମିଳିଛି। ସାଧାରଣ ପ୍ରଶାସନ ବିଭାଗର ଆରତୀ ରାଉତଙ୍କୁ ଆରଏମଏସଏରେ ନିଯୁକ୍ତି ଦିଆଯାଇଛି। ଅତିରିକ୍ତ କମିସନର ଆଲୋକ କୁମାର କରଙ୍କୁ ଗୃହ ବିଭାଗରେ ଯୁଗ୍ମ ସଚିବ ଭାବରେ ନିଯୁକ୍ତି ମିଳିଛି। ପୂର୍ବରୁ କ୍ରିଡ଼ା ଓ ଯୁବ ସେବା ବିଭାଗକୁ ବଦଳି ହୋଇଥିବା ପୂର୍ବତନ ଢ଼େଙ୍କାନାଳ ଉପ-ଜିଲ୍ଲାପାଳ ଅବନୀକାନ୍ତ ପଟ୍ଟନାୟକଙ୍କୁ ଭୁବନେଶ୍ୱର ମୁନିସିପାଲ କର୍ପୋରେସନକୁ ବଦଳି କରାଯାଇଛି।

ସେହିପର ରାଜ୍ୟ ନୋଡାଲ ଅଧିକାରୀ ଗଙ୍ଗାଧର ସାହୁଙ୍କୁ ରାଜ୍ୟ ସଡ଼କ ଓ ପରିବହନ ବିଭାଗକୁ ବଦଳି କରାଯାଇଛି। ରାଜ୍ୟ ସଡ଼କ ଓ ପରିବହନ ବିଭାଗର ଅତନୁ କୁମାର ଭୂୟାଙ୍କୁ ଗଣଶିକ୍ଷା ବିଭାଗରେ ନିଯୁକ୍ତି ମିଳିଛି।